STORYMIRROR

Dr.Sashi Bhushan Mohapatra

Inspirational

4  

Dr.Sashi Bhushan Mohapatra

Inspirational

​​​​​ଜୀବନକୁ ଛୁଁ

​​​​​ଜୀବନକୁ ଛୁଁ

1 min
179

ରୂପରେ ଅରୂପ ମୁଁ ମୋତେ ଦେଖିବୁ କ'ଣ?

ଅନାଦି ଅନନ୍ତ ମୁଁ ମୋତେ ଖୋଜିବୁ କ'ଣ?

ପଢିବାକୁ ଚାହିଁଲେ ପଢିପାରିବୁ ନାହିଁ ମୋତେ

ଅବ୍ୟକ୍ତରେ ବ୍ୟକ୍ତ ମୁଁ ବ୍ୟକ୍ତରେ ଅବ୍ୟକ୍ତ ତୁ,

ବ୍ୟକ୍ତ କରିବୁ କ'ଣ???


ମୁଁ ନିଃଶ୍ୱାସ ପ୍ରଶ୍ୱାସରେଏଇ ଯାଉଛି,ଏଇ ଆସୁଛି

ମୋତେ ଧରିବୁ ତ ଧର

ମୋତେ କୁଣ୍ଢାଇବୁ ତ କୁଣ୍ଢା,

ତୁ ମୋତେ ଛୁଁ ।'

ଏଠି ସେଠି ସବୁଠି ଅଛି ମୁଁ ।


ମୋତେ ଛୁଇଁଦେଲେ ଆଲୋକ ଜଳିବ

ଯନ୍ତ୍ରଣା ଉପଶମ ହେବ

କୋଟି ନିଧି ମିଳିବ।

ମୋ ରୂପକୁ ଆଖିରେ ଦେଖିଲେ ହେବ ନାହିଁ 

ମୋ ନାମ ଶୁଣିଲେ ହେବ ନାହିଁ 

ଡାକିଲେ ବି ହେବ ନାହିଁ 

ସୁଖ ପାଇବୁ ଯଦି ଆତନ୍ମୟ ହୋଇ

ଆମୋତେ ଛୁଁ,

ପାଖେ ପାଖେ ମୁଁ ।


ମୋତେ ଛୁଁ ମୁଁ ପବନରେ ଅଛି

ମୋତେ ଛୁଁ ମୁଁ ପାଣିରେ ବି ଅଛି

ମୋତେ ଛୁଁ ମୁଁ ତୋ ପାଖେ ପାଖେ ଅଛି

ଛୁଇଁ ପାରିଲେ ତୋର ମୁଁ ।


ଜନ୍ମ,ମୃତ୍ୟୁ ମିଛ ନୁହେଁ

ଜୀବନ ପରମ ସତ୍ୟ

ମୋର ସତ୍ତା ପ୍ରସାରିତ 

ଦେହରୁ ହୃଦୟ ହୃଦୟରୁ ମନ

ମନରୁ ଆତ୍ମା ପରମାତ୍ମା ।

ଚାରିଆଡେ ମୁଁ ଜଳ, ସ୍ଥଳ ଆକାଶ

ଅନ୍ତରରୁ ଅନ୍ତରୀକ୍ଷ

,

ସକଳ ସତ୍ତାରେ ମୁଁ 

ମୋତେ ଯଦି ପାଇବାକୁ ଇଚ୍ଛା 

ଜୀବନକୁ ଛୁଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational