ଇଟାର ଜବାବ ପଥରରେ ଦେବୁ
ଇଟାର ଜବାବ ପଥରରେ ଦେବୁ
1 min
412
ତୁମେ ସିନା ବନ୍ଧୁ ଦେଶ ପାଇଁ ନିଜ
ଜୀବନ ଲଗାଇ ବାଜି
ହାତ ଛାଡ଼ି ଆମ ଆତଙ୍କୀ ଗୁଳିରେ
ଅବିଳମ୍ବେ ଗଲ ହଜି |
କାନ୍ଦୁଛି ହୃଦୟ ଆମେ ବି ନିଶ୍ଚୟ
ପ୍ରତିଶୋଧ ନେବୁ ତାର
ସୈନିକଟେ ହୋଇ ଏ ଦେଶ ବୁକୁରେ
ଜନମିବୁ ବାରମ୍ବାର |
ଇଟାର ଜବାବ ପଥରରେ ଦେବୁ
ଶାଣିତ କରିବୁ ସ୍ଵର
ଆତଙ୍କବାଦୀଙ୍କ ରକ୍ତେ ଖେଳି ହୋଲି
ଦେବୁ ନିଶ୍ଚେ ଉପହାର |
