STORYMIRROR

Samar Ballav Bhoi

Inspirational

4  

Samar Ballav Bhoi

Inspirational

କବି ପାଇଁ କବିତାଟି

କବି ପାଇଁ କବିତାଟି

1 min
231


          

 

ଅନ୍ଧାର ପାଇଁ ସ୍ବର୍ଯ୍ୟ

ଜ୍ୟୋତ୍ସ୍ନା ପାଇଁ ଚନ୍ଦ୍ର ଯେମିତି

କବି ପାଇଁ କବିତାଟି ଠିକ୍ ସେମିତି।।


ରାତ୍ରି ପାଇଁ ଦିବସ

ଫୁଲ ପାଇଁ ଭ୍ରମର ଯେମିତି

କବି ପାଇଁ କବିତାଟି ଠିକ୍ ସେମିତି।।


ଅଭାବ ପାଇଁ ଟଙ୍କା

ପିତାମାତାଙ୍କ ପାଇଁ ସନ୍ତାନ ଯେମିତି

କବି ପାଇଁ କବିତାଟି ଠିକ୍ ସେମିତି।।


ବାଣିଜ୍ୟ ପାଇଁ ଲକ୍ଷ୍ମୀ

ନଦୀ ପାଇଁ ସାଗର ଯେମିତି

କବି ପାଇଁ କବିତାଟି ଠିକ୍ ସେମିତି।।


ବସନ୍ତ ପାଇଁ କୋକିଳ 

ବନ୍ୟା ପାଇଁ ବର୍ଷା ଯେମିତି

କବି ପାଇଁ କବିତାଟି ଠିକ୍ ସେମିତି।।


ମନ ପାଇଁ ହୃଦୟ

ପ୍ରେମିକା ପାଇଁ ବିଶ୍ବାସ ଯେମିତି

କବି ପାଇଁ କବିତା ଟି ଠିକ୍ ସେମିତି।।


ମନ୍ଦିର ପାଇଁ ମୁଖଶାଳା

ବିଶ୍ବାସ ପାଇଁ ଧୈର୍ଯ୍ୟ ଯେମିତି

କବି ପାଇଁ କବିତା ଟି ଠିକ୍ ସେମିତି।।


ମା ପାଇଁ ସନ୍ତାନ

ସମ୍ପର୍କ ପାଇଁ ବିଶ୍ବାସ ଯେମିତି

କବି ପାଇଁ କବିତା ଟି ଠିକ୍ ସେମିତି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational