STORYMIRROR

KRUTIBAS NAYAK

Inspirational Others

4  

KRUTIBAS NAYAK

Inspirational Others

ବଢ଼େ ଯଶ-ପଉରୁଷ

ବଢ଼େ ଯଶ-ପଉରୁଷ

1 min
173


ଆମ ଚଲାପଥ କୁସୁମିତ ହେବ,ନିଜକୁ ସଞ୍ଜତ କଲେ,

ଗୁରୁ ଗୁରୁଜନେ ସମ୍ମାନ କରିଲେ ତାଙ୍କ ଶୁଭାଶିଷ ମିଳେ ।


ଶ୍ରମ ନିଷ୍ଠା ଥିଲେ ଧନ ମିଳିଥାଏ,ଜ୍ଞାନ-ମାନ ମିଳିଥାଏ,

ସମାଜ ଆଗରେ ମଥା ନଇଁଦେବା ଯିଏ ସବୁ କିଛି ଦିଏ ।


ଶିକ୍ଷା ପାଇଥାଉ ଦେଶ-ଜାତି ପାଇଁ କରିବାକୁ ଉପକାର ,

ଜ୍ଞାନ ଆହରଣ ନିଜପାଇଁ ନୁହେଁ ଅନ୍ୟପାଇଁ ଦରକାର ।


ମନେରହେ ପାଠ ବୁଝିଥିଲେ ପୁଣି ଶୁଣିଥିଲେ ଦେଇଧ୍ୟାନ,

ବହିପାଠ ସହ ଶାଠ ମିଶିଗଲେ ବଢ଼ାଏ ଶିକ୍ଷାର ମାନ ।


ପୁସ୍ତକ ଆମର ଅତିପ୍ରିୟ ବନ୍ଧୁ ତାକୁ ଦୂରେଇବା ନାହିଁ ,

ଯେଉଁଠି ଯେମିତି ଥିଲେ ବି ରହିବା, ତା'ର ଚିରସାଥୀ ହୋଇ ।


ଅଜ୍ଞାନକୁ ଦୂର କରନ୍ତି ଗୁରୁଜୀ ଦେଇଯେଉଁ ଉପଦେଶ,

ତାକୁ ମନେରଖି କାର୍ଯ୍ୟ କରୁଥିଲେ ବଢ଼େ ଯଶ-ପଉରୁଷ ।





Rate this content
Log in

Similar oriya poem from Inspirational