STORYMIRROR

Arundhati Jena

Inspirational Others

4  

Arundhati Jena

Inspirational Others

ହେ ଈଶ୍ବର

ହେ ଈଶ୍ବର

1 min
273

        

ହେ ନିରାକାର ତୁମେ ପରବ୍ରହ୍ମ

ତୁମ ପାଦେ ଅଧମର ପ୍ରଣାମ।

ହେ ଲକ୍ଷ୍ମୀକାନ୍ତ ତୁମେ ପୂଣ୍ୟମୟ

ତୁମେ ସୃଷ୍ଟିକର୍ତ୍ତା ତୁମେ ନିରାମୟ।

ତୁମେ ଅନୁଭବ ନିରୀହ ଆତ୍ମାର

ତୁମ ଆଦେଶେ ଚାଲେ ଏ ସଂସାର।

ତୁମେ ସର୍ବଶକ୍ତିମାନ ହେ ଈଶ୍ବର

ତୁମ ବିନା ଗତି ନାହିଁ କାହାର।

ତୁମେ ଗତିପଥ ଏଇ ଜୀବନର

ତୁମ ବିନା ଅଚଳ ଏ ସଂସାର।

ହେ ଓଁକାର ତୁମେ ଶାନ୍ତିପୂର୍ଣ୍ଣ

ତୁମେ ବିଶ୍ବାସ ତୁମେ ମୋହଶୂନ୍ୟ।

ତୁମେ ଶୂନ୍ୟତା ତୁମେ ପୂର୍ଣ୍ଣତା

ତୁମେ ବେଦ ପୁରାଣ ର ମଧୁରତା।

ଏଇ ଜୀବନ ରେ ମୋର ଦୁଃଖ ଯେତେ

ତାକୁ ଦୂର କରି ବଞ୍ଚାଅ ହେ ମୋତେ।

ସବୁ ମାୟା ବନ୍ଧନରୁ କର ପାରି

ହେ ଈଶ୍ବର ତୁମକୁ ମୋ ଗୁହାରି।

ତୁମ ଚରଣରେ ମୋର ଜୀବ ଯାଉ

ଧର୍ମ କର୍ମ ମୋର ସବୁ ସତ୍ଯ ହେଉ।

ହେ ସତ୍ଯବନ୍ତ ତୁମେ ନ୍ୟାୟବନ୍ତ

ପାପ, ଅନୀତି ର କରିଦିଅ ଅନ୍ତ।

ଯଦି ଆଣିଛ ମୋତେ ଏ ଦୁନିଆକୁ

କର୍ମ ହିଁ ମୋର ଭଗବାନ ହେଉ।

ହେ ଈଶ୍ବର ଜଗଦୀଶ୍ୱର

ହେ ଓଁକାର ହେ ନିରାକାର।

ତୁମେ ସଂଗୀତ ବୀଣାର ଝଙ୍କାର

ତୁମେ ଅମୃତ ସ୍ୱର ର ଓଁକାର।

ହେ ବିଶ୍ୱନିୟନ୍ତା ଅବିନାଶୀ

ତୁମ ଦୟାରୁ ଜଗତ ହୁଏ ଖୁସି।

ତୁମଠାରୁ ଉତ୍ପତ୍ତି ଆଉ ବିଲୀନ

ତୁମ ବିନା ସବୁ କିଛି ସତ୍ତାହୀନ।

ମୋତେ ସତ୍ଯ ର ମାର୍ଗ ରେ ନିଅ ଟାଣି

ଧନ୍ଯ ହେଉ ମୋ ଜୀବନ କାହାଣୀ।

ତୁମ ଚରଣରେ କୋଟି ନମସ୍କାର

ତ୍ରୁଟି ଥିଲେ ପ୍ରଭୁ କ୍ଷମା କର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational