STORYMIRROR

KRUTIBAS NAYAK

Inspirational

4  

KRUTIBAS NAYAK

Inspirational

ସିଧାକଥା -105 : କାହାଠାରୁ ଶିଖିବା ?

ସିଧାକଥା -105 : କାହାଠାରୁ ଶିଖିବା ?

1 min
224

ସହିବା ଶିଖିବା ମାଟି-ମାଆ ଠାରୁ ଚାଲିବା ଶିଖିବା ନଦୀ ଠାରୁ,

ଭାସିବା ଶିଖିବା ମେଘ ଠାରୁ ପୁଣି ନାଚିବା ଶିଖିବା ବର୍ଷା ଠାରୁ |


ହସିବା ଶିଖିବା ବିଜୁଳିକୁ ଦେଖି ଦାନ ଶିଖିନେବା ଗଛ ଠାରୁ,

କୁକୁର ଶିଖାଏ ବିଶ୍ଵସ୍ତ ହୋଇବା ପହଁରା ଶିଖିବା ମାଛ ଠାରୁ |


ବସିବା ଶିଖିବା ବାଜପକ୍ଷୀ ଠାରୁ ଧ୍ୟାନ ଶିଖିନେବା ବଗ ଠାରୁ,

ଦଉଡ଼ ଶିଖିବା ହରିଣଠୁଁ ପୁଣି ଶିକାର ଶିଖିବା ସିଂହ ଠାରୁ |


ଶୃଙ୍ଖଳା ଶିଖିବା ପିମ୍ପୁଡ଼ିଠୁଁ ପୁଣି ଡେଇଁବା ଶିଖିବା ବେଙ୍ଗ ଠାରୁ, 

ଖାଇବା ଶିଖିବା ଅଜଗର ଠାରୁ ଶାନ୍ତି ଶିଖିନେବା ପାରା ଠାରୁ |


ପବନ ଶିଖାଏ ବାଣ୍ଟିବା କୌଶଳ ସଞ୍ଚୟଟି ମହୁମାଛି ଠାରୁ,

ଧନୀ ହେବା କଳା କୌଶଳ ଶିଖିବା ରତ୍ନାକର ମହୋଦଧି ଠାରୁ |


ମାନୀ ହେବା ଶିକ୍ଷା ଦେଇଛି ତୁଳସୀ ଜ୍ଞାନ ଶିଖିନେବା ଗୁରୁ ଠାରୁ |

ସବୁ ଶିଖିନେବା ସମାଜକୁ ଦେଖି ସବୁଶିକ୍ଷା ମିଳେ ପୁସ୍ତକରୁ | 



Rate this content
Log in

Similar oriya poem from Inspirational