STORYMIRROR

Gangotri Priyadarshini

Inspirational

4  

Gangotri Priyadarshini

Inspirational

ଦେଖିଯାଅ ଥରେ ଗାନ୍ଧିଜୀ ଆସି

ଦେଖିଯାଅ ଥରେ ଗାନ୍ଧିଜୀ ଆସି

1 min
156


ଦେଖି ଯାଅ ଆସି ....

ଗାନ୍ଧିଜୀ ଥରେ

ତୁମ ସ୍ୱପ୍ନର 

ଭାରତ ଦେଶର ବେଶ

ଶ୍ରୀହୀନ ହେଲାଣି 

ମାନବିକତା ଏଠି

ହିଂସା କ୍ରୋଧ 

ଲୋଭ କରିଛି ବଶ

ଅନ୍ୟାୟ ଅସତ୍ୟ ....

ଲାଞ୍ଚୁଆ ମିଛୁଆ

ଦେଖି ଯାଅ ଆସି 

ତାଙ୍କ ନିର୍ଲଜ ହସ

ନାରୀ ଅତ୍ୟାଚାର .....

ଗମ୍ଭୀର ବିଚାର

ସମସ୍ୟା ଘେରରେ 

ଜୀବନ ନିରଳସ

ସଭିଏଁ ଖଟନ୍ତି .....

କିଛି ସୁଖ ଭୋଗୁଛନ୍ତି

ସମାନତା ନାହିଁ 

କେତେ ଫରକ

ନୀତି ଆଦର୍ଶ ଏ .....

ଦ୍ୱାହି ଦେଇ କିଛି

ଗଢ଼ି ଚାଲିଛନ୍ତି 

ଦେଶରେ ନର୍କ

ମହାତ୍ମା ହେ .....

ଆଉ ଥରେ ନିଅ 

ନର ଜନମ

ମଣିଷ ବଦଳୁ 

ତାସଙ୍ଗେ ବଦଳୁ 

ତାଙ୍କ କରମ ......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational