STORYMIRROR

K. Nirmal

Tragedy

3  

K. Nirmal

Tragedy

ରକ୍ତର ଜବାବ

ରକ୍ତର ଜବାବ

1 min
622


ରକ୍ତ ର ଜବାବ

**********


ମାଆ କୋଳ ଆଜି ଶୂନ ହୋଇଗଲା

ବୀର ପୁତ୍ର ଗଲେ ହଜି,

ଲୁହ ତା ଆଖିରୁ ଶୁଖୁନାହିଁ ଆଜି

ବୀର ପୁତ୍ର କଥା ହେଜି ।


ଲିଭିଗଲା କାହା ମଥାର ସିନ୍ଦୁର

ପ୍ରତୀକ୍ଷା ତା ଅସରନ୍ତି ,

କିଏ ଦେଲା ତାକୁ ଅଭିଶାପ ଏବେ

ଜୁଇ ଦେବ ତାକୁ ଶାନ୍ତି।


କାନ୍ଧୁଛନ୍ତି ବସି ସନ୍ତାନ ସନ୍ତତି

ଶେଷ ଦେଖା କରି ରୋଳେ,

ଏକା କରିଗଲେ ବୀର ପିତା ତାଙ୍କ

କର୍ତ୍ତବ୍ୟର କର୍ମ ଛଳେ।


ରକ୍ତର ଜବାବ ରକ୍ତରେ ହୋଇବ

ରୁହ ରୁହ ରେ ପାମର,

ସିଂହର ଶକ୍ତି ତୁମେ କି ବୁଝିବ

ତୁମେ ତ ମୂଷିକ ଛାର ।


ଧ୍ୱଂସ ହେବ ଦିନେ ପାପର ନଗରୀ

ପାପୀ ହେଇ ଯିବେ ନାଶ,

ମୁଳୁ ମାରିଦେଲେ ସରିଯିବ

ନା ବୃକ୍ଷ ରହିବ ନା ବିଷ ।


ଭୁଲିଗଲ ତମେ କିଛି ଦିନ ପୂର୍ବେ

ପଶି ମାରିଥିଲୁ ଘରେ,

ନା ରହିବ ତୁମେ ନା ଥିବ ସେ ଘର

ଭେଟ ହେଲେ ଆଉ ଥରେ ।


◆ କେ.ନିର୍ମଳ

◆ ଭଦ୍ରକ, ବାସୁଦେବପୁର(ଜଗନ୍ନାଥି)

◆ ମୋବାଇଲ୍:-୯୫୬୬୧୧୩୬୦୭

◆ Gmail:- nirmaln270@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy