STORYMIRROR

sasmita sahoo

Others Tragedy

3  

sasmita sahoo

Others Tragedy

ଯାଉଛି ଲବଙ୍ଗଲତା

ଯାଉଛି ଲବଙ୍ଗଲତା

1 min
312


ମଥାରେ ସିନ୍ଦୂର ସିନଥିରେ ସିନ୍ଦୁର

ପାଦରେ ନାଲି ଅଳତା,

ନାଲି ପାଟ ପିନ୍ଧି ଶଶୁର ଘରକୁ

ଯାଉଛି ଲବଙ୍ଗଲତା ।।

ନାଲି ଚୁଡ଼ି ସାଙ୍ଗେ ନାଲିଆ ଶଙ୍ଖା ଲୋ

ହାତରେ ଗୋରୀ ନାହିଚି,

ନାଲି ଓଢ଼ଣାର ତଳେ ମୁହଁ ତାର

ଲୁଚି ଲୁହ ଝରାଉଛି ।।

ମେହେନ୍ଦି ହାତରେ ଆଞ୍ଜୁଳି ଧରିଛି

ବୋଉକୁ ତା ଦେବ ବୋଲି,

ବୋଉ ତାର କାନି ପାତି କି ବସିଛି

ବାଜେ ଶଙ୍ଖ ହୁଳହୁଳି ।।

ନାଲି ଓଠ ତାର କମ୍ପୁଛି ଆଜି ଲୋ

କାନ୍ଦୁଛି ସେ କଇଁ କଇଁ,

ଏତେ ବରଷର ସମ୍ପର୍କକୁ ଛାଡି

ରହିବ କେମିତି ଯାଇ ।।

ଏ କେମିତିକା ବିଧି ଲେଖିଲା ବିଧାତା

ଝିଅ ଯିବ ପର ଘର ,

ପର ଲୋକଙ୍କର ନିଜର ହେବ ସେ

ନିଜ ଲୋକ ହେବେ ପର ।।

ରକ୍ତର ସମ୍ପର୍କ ମମତାରେ ବନ୍ଧା

ସହଜେ କି ଭୁଲି ହେବ,

ଯେତେ ଯାହା କଲେ ବିଶ୍ୱାସରେ ଗଢା

ସେତୁ କି ଉଜୁଡି ଯିବ ।।

(ସସ୍ମିତା ସାହୁ, ନାଶିକ ,ମହାରାଷ୍ଟ୍ର )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍