STORYMIRROR

sasmita sahoo

Others

5.0  

sasmita sahoo

Others

ଶ୍ରେଷ୍ଠ ଉପହାର

ଶ୍ରେଷ୍ଠ ଉପହାର

1 min
566


**ଶ୍ରେଷ୍ଠ ଉପହାର**

-------------------------

ସୁନ୍ଦର ଉପହାର ଦେଲୁ ତୁ ଲୋ ମା'

ତୋ କୋଳରେ ଲୋଟି ଗଲି’

କରି ଥିଲି କେଉଁ ଜନ୍ମେ କେଉଁ ପୁଣ୍ୟ

ଶହୀଦ ମୁଁ ବୋଲାଇଲି II

ତ୍ରିରଙ୍ଗାର କାନି ଘୋଡେଇ ମୋତେ ତୁ

ନେଇ ଗଲୁ ତୋ କୋଳକୁ,

ସପନ ମୋର ସତ ହୋଇ ଗଲା

ନିତି ଦେଖୁଥିଲି ଯା’ କୁ II

ତୋ’ ସେବା ପାଇଁ ଦିନ ରାତି ମୁହିଁ

ଆସିଥିଲି ଘର ଭୁଲି,

ମା’ ବାପା ଛାଡି ଭାଇ ଭଗ୍ନୀ ବିନା

ଏକା ମୁଁ ଆସିଲି ଚାଲି II

ଜୀବନସାଥୀ କୁ ଏକୁଟିଆ କରି

ରହୁଥିଲି ଆସି ଦୂରେ ,

ମୋ ବିରହରେ ସାଥି ମୋର ବସି

ପ୍ରତି ମୁହୂର୍ତ୍ତରେ ଝୁରେ II

ସେ ସବୁକୁ ଏକ କୋଣରେ ପକାଇ

କରୁଥିଲି ତୋର ସେବା,

ଏକ ଲକ୍ଷ୍ୟ ଏକ ଉଦ୍ଦ୍ୟେଶ ଥିଲା

ତୋ ପାଇଁ ଜୀବନ ଦେବା II

ଆଜି ବେଳ ଆସି ପହଁଚିଲା ପାଶେ

ପଛକୁ ନ ଗଲି ଘୁଂଚି,

ଜୟ ହିନ୍ଦ ନାରା ଲଗାଇ ଲଗାଇ

ଦେଲି ପ୍ରାଣ ମୋର ଯାଚି II

ତୋ ପ୍ରେମ ମୋତେ ଆଣିଥିଲା ଟାଣି

ଆସିଥିଲି ସବୁ ଛାଡି,

ଗଲାବେଳେ ତୋତେ ପ୍ରଣାମ କରୁଛି

ମୋର ଦୁଇ ହାତ ଯୋଡି II

କରେ ଅନୁରୋଧ ହେ ଭାରତମାତI

ଆଶିଷ ଦିଅ ହେ ମୋତେ,

ସବୁ ଜନମରେ ତୋ ସେବା କରିବି

ଏହି ଭାଗ୍ୟ ମିଳୁ ସତେ II

ତୋ ସେବାରେ ଯେଉଁ ଆନନ୍ଦ ଲଭିଲି

କେଉଁଥିରେ ନାହିଁ ଆଉ ,

ଦେଶ ସେବା ମୋର କରମ ଧରମ

ସବୁ ଜନ୍ମେ ହେଉ ଥାଉ II

ଭାରତମାତIର ଯୋଗ୍ୟ ସନ୍ତାନ

ଗରବେ ମୁଁ ଆଜି କହେ ,

ତୋ ଉପହାର ଦେଇ ଦେଲା ମୋତେ

ନମ୍ବର ଶହେରୁ ଶହେ II

II ଜୟ ହିନ୍ଦ II

(ସସ୍ମିତା ସାହୁ ,ନାଶିକ )



Rate this content
Log in