STORYMIRROR

sasmita sahoo

3  

sasmita sahoo

ଆହ୍ୱାନ

ଆହ୍ୱାନ

1 min
829



ଡରିବାନି କେବେ ହIରିବାନି କେବେ

ଲକ୍ଷ୍ୟ ପଥରେ ଚାଲିବା,

ଅନ୍ୟାୟକୁ କେବେ ଆଶ୍ରୟ ଦେବIନି

ସତ୍ୟ ପାଇଁ ସଦା ଲଢ଼ିବା II

ଆମେ ଭାରତୀୟ ବୀରା ନାରୀ...

ନଇଁବୁନି ମଥା ସହିବୁନି ବ୍ୟଥା ...

ସହଜେ ହୋଇବୁ ପାରି II

ଆରେ ରେ ପାମର ହୋଇଯାଅ ଦୂର

ମାଡି ବନି ଆମ ପାଶ,

ସହିବାର ସୀମା ଟପିଲାଣି ଆମ

ଚାହୁଁ ତୁମ ସର୍ବନାଶ II

ଆମେ ନିଜକୁ ଦେବୁ ସୁରକ୍ଷା ...

ପର ସାହାରାରେ ଆଉ ଚଳିବୁନି ...

ମାଗିବୁନି ପ୍ରାଣ ଭିକ୍ଷା II

ଗର୍ଭରୁ ମାରିଲ ଶୋଷଣ କରିଲ

ଧର୍ଷଣ କରିଲ ତୁମେ ,

ଅତ୍ୟାଚାର କଲ ନିର୍ଯାତନା ଦେଲ

ଆଶ୍ରମେ ଛାଡିଲ ତୁମେ II

ଏବେ ତୁମର ଆସିଲା ପାଳି ...

ପ୍ରସ୍ତୁତ ହୋଇ ରହିଥାଅ ତୁମେ ...

ମୁହଁରେ ବୋଳିବୁ କାଳି II

ଅଗ୍ନିକଣାକୁ ଭୟ କରି ଆମେ

ପଛ ଘୁଞ୍ଚା ଦେବୁ ନାହିଁ ,

ଆଗ୍ନେୟଗିରି ହୋଇ ଫାଟି ଯିବୁ

ବଂଚିବନି ଆଉ କେହି II

ଆମେ ଦୁର୍ଗା କାଳୀ ମା' ଚଣ୍ଡୀ ...

ଅସଲ ରୁପକୁ ଆସି ଯିବୁ ଯେବେ...

ରଖିବୁନି ମୁଣ୍ଡ ଗଣ୍ଡି II

(ସସ୍ମିତା ସାହୁ, ନାଶିକ, ମହାରାଷ୍ଟ୍ର)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍