STORYMIRROR

sasmita sahoo

Romance

1.1  

sasmita sahoo

Romance

ମୋ ମତରେ-‘ପ୍ରେମ’

ମୋ ମତରେ-‘ପ୍ରେମ’

2 mins
850



ପ୍ରେମ ସମର୍ପଣ ପ୍ରେମ ଅବଦାନ

ପ୍ରେମ ଜୀବନର ସୃଷ୍ଟି ,

ପ୍ରେମ ସମାଧାନ ପ୍ରେମ ସନ୍ତୁଳନ

ପ୍ରେମ ହିଁ ଦିଏ ସନ୍ତୁଷ୍ଟି II

ପ୍ରେମ ସର୍ବଶ୍ରେଷ୍ଠ ପ୍ରେମ ହିଁ ନିକୃଷ୍ଟ

ପ୍ରେମ ଜୀବନର ପାଠ ,

ପ୍ରେମ ସର୍ବୋତ୍ତମ ପ୍ରେମ ହିଁ ନିଷ୍କାମ

ପ୍ରେମ ପବିତ୍ରର ତୁଠ II

ପ୍ରେମ ଶାଶ୍ୱତ ପ୍ରେମ ଚିରନ୍ତନ

ପ୍ରେମ କ୍ଷମା ପ୍ରେମ ଦୟା ,

ପ୍ରେମ ସହଯୋଗ ପ୍ରେମ ହିଁ ସାହାରା

ପ୍ରେମ ହିଁ ଆଶ୍ରୟ ଛାୟା II

ପ୍ରେମ ଅନୁଭବ ପ୍ରେମ ବୈଭବ

ପ୍ରେମ ଅଟେ ଆକର୍ଷଣ ,

ପ୍ରେମ ବିତରଣ ପ୍ରେମ ଆଚରଣ

ପ୍ରେମ ଅଟେ ଆଲୋଡନ II

ପ୍ରେମ ଅଟେ ଶକ୍ତି ପ୍ରେମ ଅଟେ ଭକ୍ତି

ପ୍ରେମ ଅଟେ ପୁଣି ଶାନ୍ତି ,

ପ୍ରେମ ଅଟେ କଳା ପ୍ରେମ ଅଟେ ବିଦ୍ୟା

ପ୍ରେମ ହିଁ ମଧୁର ଗୀତି II

ପ୍ରେମ ଅଟେ ଖୁସି ପ୍ରେମ ହିଁ ଆନନ୍ଦ

ପ୍ରେମ ଅଟେ ଅନ୍ତରଙ୍ଗ,

ପ୍ରେମ ଅଟେ ମୈତ୍ରୀ ପ୍ରେମ ହିଁ କରୁଣା

ପ୍ରେମ ଅଟେ ସପ୍ତରଙ୍ଗ II

ପ୍ରେମ ହିଁ ପବିତ୍ର ପ୍ରେମ ହିଁ ଚରିତ୍ର

ପ୍ରେମ ଅଟେ ମହାଧନ,

ପ୍ରେମ ଅଟେ ଦୀକ୍ଷା ପ୍ରେମ ହିଁ ପରୀକ୍ଷା

ପ୍ରେମ ଅଟେ ଉପାର୍ଜନ II

ପ୍ରେମ ଅମରତ୍ୱ ପ୍ରେମ ଗୁରୁତ୍ତତ୍ୱ

ପ୍ରେମ ଅଟେ ଉପାସନା,

ପ୍ରେମ ଅଟେ ପୂଜା ପ୍ରେମ ହିଁ ପ୍ରସାଦ

ପ୍ରେମ ଅଟେ ଆରାଧନା II

ପ୍ରେମ ହିଁ ଅସୀମ ପ୍ରେମ ହିଁ ଅନନ୍ତ

ପ୍ରେମ ଅଟେ ଭଗବାନ,

ପ୍ରେମ ହିଁ ଅନାଦି ପ୍ରେମ ଅସରନ୍ତି

ପ୍ରେମ ଅଟେ ମୂଳଧନ II

ପ୍ରେମ ମୂଲ୍ୟବାନ ପ୍ରେମ ଗୀତIଜ୍ଞIନ

ପ୍ରେମ ଅଟେ ପ୍ରତିଶୃତି ,

ପ୍ରେମ ହିଁ ଭାବନା ପ୍ରେମ ହିଁ ଶାନ୍ତ୍ବନା

ପ୍ରେମ ଅଟେ ଏକ କୀର୍ତ୍ତି II

ପ୍ରେମ ହିଁ ବିଶ୍ୱାସ ପ୍ରେମ ହିଁ ସାହସ

ପ୍ରେମ ଅଟେ ଶୀତଳତା ,

ପ୍ରେମ ଅଟେ ତ୍ୟାଗ ପ୍ରେମ ହିଁ ତପସ୍ୟା

ପ୍ରେମ ସହନଶୀଳତା II

ପ୍ରେମ ପୁରସ୍କାର ପ୍ରେମ ଆବିଷ୍କାର

ପ୍ରେମ ଅଟେ ଉଦାରତା,

ପ୍ରେମ ଅଟେ ଦାନ ପ୍ରେମ ହିଁ ସମ୍ମାନ

ପ୍ରେମ ଅଟେ ମହାନତା II

ପ୍ରେମ ଆଶୀର୍ବାଦ ପ୍ରେମ ଅନ୍ତର୍ଶ୍ଵଦ

ପ୍ରେମ ହିଁ ଅଟେ ଏକତା ,

ପ୍ରେମ ହିଁ କଲ୍ୟାଣ ତୃତୀୟ ନୟନ

ପ୍ରେମ ଅଟେ ନୀରବତା II

ପ୍ରେମ ନିରାକାର ଆଦର ସତ୍କାର

ପ୍ରେମ ଆଲୋକ ର ପଥ,

ପ୍ରେମ ଶିଶୁ ହସ ପ୍ରେମ ଫୁଲ ବାସ

ପ୍ରେମ ହିଁ ଜୀବନ ରଥ II

ପ୍ରେମ ସୁଵିଚାର ପ୍ରେମ ହିଁ ପ୍ରତିଜ୍ଞା

ପ୍ରେମ ଅଟେ ମୂଲ୍ୟବୋଧ ,

ପ୍ରେମ ହିଁ ସଂଚାର ପ୍ରେମ ହିଁ ସ୍ଵାକ୍ଷର

ପ୍ରେମ ଅଟେ ହୃଦବୋଧ II

ପ୍ରେମ ବିନା ଏଠି ବଂଚିବାଟା ବୃଥା

ପ୍ରେମ ଅଟେ ଅନୁଭୂତି,

ପ୍ରେମ ଯିଏ କେବେ ନିଜେ କରିନାହିଁ

ହରାଇଛି ଶ୍ରେଷ୍ଠ ସ୍ମୃତି II


(ସସ୍ମିତା ସାହୁ, ନାଶିକ, ମହାରାଷ୍ଟ୍ର )

ମୋ -୯୪୦୩୦୪୪୬୭୯


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance