STORYMIRROR

sasmita sahoo

Others

2  

sasmita sahoo

Others

ନିରାଶ୍ରି ମାଆ

ନିରାଶ୍ରି ମାଆ

1 min
607


ଅଭାଗିନୀ ଟିଏ କରିବି କିସ ମୁଁ

କାଖେ ଦୁଇ ମାସ ଛୁଆ,

ଘର ଦ୍ୱାର ମୋର କିଛି ନାହିଁ ବାବୁ

ଦୁଃଖୀନୀ ନିରାଶ୍ରି ମାଆ II

ହାଡଭଙ୍ଗା ଶୀତ କୁଆଡେ ଯିବି ମୁଁ

ବସେ ଦୋକାନ ପିଣ୍ଡାରେ,

ରାସ୍ତା କଡରେ ଜୀବନ କଟେ ମୋ

ଭିକମାଗି ପର ଦ୍ୱାରେ II

ପିନ୍ଧିବାକୁ ନାହିଁ ଶୀତ ପୋଷକଟେ

ପିନ୍ଧାନ୍ତି ଛୁଆକୁ ମୋର,

ଢାଙ୍କି ବାକୁ ନାହଁ କନ୍ଥା କି କମଳ

ଚିରା ପଣତ ମୋ ସାର II

ତଥାପି ସାହସ ହାରି ନାହିଁ ମୁହିଁ

ଛୁଆକୁ ଧରିଛି ଚାପି,

ଛାତିର ଉଷୁମ ଚିରା କାନି ଢାଙ୍କି

ମମତା ଚାଦର ଛIପି II

ଗରିବ ଘରେ ମୋ ଜନମ ହେଇଛି

ଭାଗ୍ୟ ଖେଳେ ମୋ’ ସାଥେ,

କଅଁଳI ଛୁଆକୁ କେମିତି ପାଳିବି

କିଛି ନାହିଁ ମୋର ହାତେ II

ଆଜି ରାତିଟାକୁ ଏଇଠି କାଟିବି

ସକାଳେ ଯିବି ମୁଁ ଚାଲି,

ହାଡଭଙ୍ଗା ଶୀତ ଦାଉ ସାଧିଛି ଲୋ

ନ ପାରିବି ଆଉ ବୁଲି II

ହାଏ ରେ ଦଇବ ତୁ ଏକା ସାହା

ନିଷ୍ପାପ ଶିଶୁଟି ପାଇଁ

ତୋ ଛଡା ତାକୁ କିଏ ରକ୍ଷା ଦେବ

ତୁ ତ ଜଗତ ସାଇଁ II

(ସସ୍ମିତା ସାହୁ ,ନାଶିକ, ମହାରାଷ୍ଟ୍ର )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍