STORYMIRROR

sasmita sahoo

Tragedy

1.9  

sasmita sahoo

Tragedy

ଅସଫଳ ପ୍ରେମିକା ମୁଁ

ଅସଫଳ ପ୍ରେମିକା ମୁଁ

1 min
483



ଗୋଲାପ ଫୁଲଟେ ଧରି ଯାଇ ଥିଲି

ତା ପାଖକୁ ଆଜି ମୁହିଁ ,

ଭାବିଲି କହିବି ମନ କଥା ଖୋଲି

ପ୍ରେମର ପ୍ରସ୍ତାବ ଦେଇ II

ଦେଖିଲା ବେଳକୁ ଝିଅଟେ ବସିଛି

ତା ପାଖକୁ ଯୋଡି ହୋଇ,

ହାତରେ ଧରିଛି ଗୋଲାପ ଫୁଲଟେ

କାନ୍ଧେ ତାର ମୁଣ୍ଡ ଥୋଇ II

ମୋ ଠୁ ଆଗରୁ ଛଡାଇ ନେଲା ସେ

କଲା ତାର ମନ ଚୋରି,

ଫୁଲଟିକୁ ପଛ ପଟେ ଲୁଚାଇ ମୁଁ

ଘରକୁ ଆସିଲି ଫେରି II

ଗୋଲାପ ଫୁଲକୁ ଛାତିରେ ଚାପି ମୁଁ

ଆଖି ଲୁହ ପୋଛି ନେଲି,

ଭୁଲ ଠିକଣାକୁ ଯାଇଥିଲି ଭାବି

ମନକୁ ବୁଝାଇ ଦେଲି II

ଜାଣିଲି ଭାଗ୍ୟରେ ପ୍ରେମ ନାହିଁ ମୋର

ତେଣୁ ହେଲି ଅସଫଳ,

ପ୍ରେମ କରିବାଟା ସହଯ ନୁହଁଇ

ଅବା ନୁହେଁ ପିଲା ଖେଳ II

ଆଖି ଇସାରାରେ ଦୁଇ ହୃଦୟର

ମିଳନ ଯେଉଁଠି ହୁଏ,

ପ୍ରେମର ଫୁଲଟି ସେହି ଜାଗIଟିରେ

ସହଜରେ ଫୁଟି ଯାଏ II


(ସସ୍ମିତା ସାହୁ, ନାଶିକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy