STORYMIRROR

sasmita sahoo

Others

3  

sasmita sahoo

Others

କାନ୍ଦୁଛି ମା' ଭାରତୀ

କାନ୍ଦୁଛି ମା' ଭାରତୀ

1 min
366



ନିତି ନିତି ଆଉ ପାରୁ ନାହିଁ ଦେଖି

ଲହୁ ମୋ ସନ୍ତାନଙ୍କର,

ମୋ’ରି ସୁରକ୍ଷା ପାଇଁ ସିନା ଜIଣ

ତ୍ୟାଗୁଛନ୍ତି ସେ ଶରୀର II

କାହାକୁ କହିବି ମୋ ଦୁଃଖ ପୁଣି

କେ ବୁଝିବ ମୋର କଥା,

ଅନ୍ତରରେ ମୁହିଁ ଚାପି ରଖି ଅଛି

ଅନେକ ଅକୁହା ବ୍ୟଥା II

ମା’ ହୋଇ ଦେଖେ ପୁତ୍ରର ମରଣ

କୋହକୁ ରଖେ ମୁହିଁ ଚାପି .

କ୍ରନ୍ଦନ ଶୁଣେ ଘରେ ଘରେ ପୁଣି

ଚାଲି ଥାଏ ଦେଶ ବ୍ୟାପି II

ସହି ପାରୁ ନାହିଁ ଆଉ ମୁଁ ବେଦନା

ଅନ୍ତର ଗଲାଣି ଫାଟି,

କିଏ ହାରେ ପୁଅ କିଏ ହାରେ ବାପା

କିଏ ହାରେ ପୁଣି ପତି II

ଲୁହ ଓ ଲହୁରେ ଗାଧେଇ ଗାଧେଇ

ହୃଦୟ ମୋ କାନ୍ଦି ଉଠେ,

ମନେ ମନେ ମୁଁ ଯେ ନିଜକୁ ପଚାରେ

କାହିଁକି ମୋହରି ପୃଷ୍ଠେ II

କେତେ ଦିନ ଏଠି ଚାଲିବ ଏମିତି

ନର ବଳି ଶତ୍ରୁ ହାତେ,

ଶାନ୍ତିର କପୋତ କେବେ ଯେ ଉଡିବ

ନ ଭିଜିବି ଆଉ ରକ୍ତେ II

ଆତଙ୍କିତ ହୋଇ ନ ରହିବେ କେହି

ନ ଥିବ ଆତଙ୍କବାଦ ,

ସାରା ଭାରତଟା ଖୁସିରେ ନାଚିବ

ପାଦରେ ମିଶାଇ ପାଦ II

(ସସ୍ମିତା ସାହୁ, ନାଶିକ ,ମହାରାଷ୍ଟ୍ର )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍