STORYMIRROR

sasmita sahoo

Others

3  

sasmita sahoo

Others

ଗଲା ବେଳେ ଯାଏ କହି

ଗଲା ବେଳେ ଯାଏ କହି

1 min
196




ଗଲା ବେଳେ ଯାଏ କହି

ମୋ ସଂସାର ତୋତେ ଲାଗିଲା କାଳିଆ

ଯାଉଛି ଅଚିନ୍ତା ହୋଇ ,

ତୋ ଛଡା ଆଉ ଦୁନିଆରେ ମୋତେ

କା' ପରେ ଭରସା ନାହିଁ II

ଦୁଃଖ ସୁଖ ସବୁ ବୁଝିବୁ ଜାଣିଥା

ନିଜ ମାଆ ଟିଏ ଭଳି,

ଛୁଆ ମୋ ଅବୁଝା ନ ବୁଝିବେ ଜମା

ସହିବୁ ଅଝଟ ଅଳି II

ଭଲ ମନ୍ଦ ସବୁ ବୁଝାଇ କହିବୁ

ଶୁଣିବୁ ଇଛା ତାଙ୍କରି ,

ପୂରଣ କରିବୁ ବିନା ସର୍ତ୍ତେ ତୁହି

ରହିବେ ତୋତେ ଆଦରି II

ଆଖିରେ ଦେବୁନି ଲୁହ କେବେ ତାଙ୍କ

ନ କରିବୁ କେବେ ଦୁଃଖୀ

ହସି ହସି ତାଙ୍କ ସାଙ୍ଗରେ ଖେଳିବୁ

ଖୁସି ହେବି ତାଙ୍କୁ ଦେଖି II

ମୋତେ ଯେବେ ସିଏ ଖୋଜିବେ ଅନ୍ତରେ

ମୋ ରୂପ ଧରିବୁ ତୁହି,

ତୋ ଭିତରେ ମୋତେ ଦେଖି ଛୁଆ ମୋର

ଆନନ୍ଦରେ ଯିବେ ରହି II

( ସସ୍ମିତା ସାହୁ, ନାଶିକ )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍