STORYMIRROR

sasmita sahoo

Others

3  

sasmita sahoo

Others

ଭୀରୁ

ଭୀରୁ

1 min
281


ସାହସ ଅଛି ତ ସାମ୍ନାରୁ ମାର

ଦେଖିବା ତୁମର ଦମ କେତେ ,

ଚୋର ଭଳି କିଆଁ ଲୁଚି ବସି ଅଛ

ମରଦ ପଣିଆ ନାହିଁ ସତେ ।

ମଣିଷ ପଣିଆ ନାହିଁ ତୁମ ପାଖେ

ଦାନବ ସାଜିଛ ପୃଥିବୀରେ,

ମାରିବା କାଟିବା ତୁମ କାମ ଅଟେ

ବୋଝ ଯା ସାଜିଛ ଏ ମହୀରେ ।

ସାମାଜିକ ନୁହେଁ ସଂସ୍କାରି ନୁହେଁ

କଣ ତୁମର ପରିଚୟ ,

ନିରୀହ ନିଷ୍ପାପ ଜନତା ଙ୍କ ଆଗେ

ଦେଖାଉଛ ଖାଲି ତୁମ ଭୟ ।

ଅସଲ ବାପାର ପୁଅ ଯଦି ତୁମେ

ଆଖି ଆଗେ କର ଦଙ୍ଗା ,

ବନ୍ଧୁକ ଗୁଳି ବାରୁଦ କ'ଣ

ଏକା ତୁମ ପାଇଁ ଠେଙ୍ଗା ।

ସସ୍ମିତା ସାହୁ , ନାଶିକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍