ଭୀରୁ
ଭୀରୁ
1 min
273
ସାହସ ଅଛି ତ ସାମ୍ନାରୁ ମାର
ଦେଖିବା ତୁମର ଦମ କେତେ ,
ଚୋର ଭଳି କିଆଁ ଲୁଚି ବସି ଅଛ
ମରଦ ପଣିଆ ନାହିଁ ସତେ ।
ମଣିଷ ପଣିଆ ନାହିଁ ତୁମ ପାଖେ
ଦାନବ ସାଜିଛ ପୃଥିବୀରେ,
ମାରିବା କାଟିବା ତୁମ କାମ ଅଟେ
ବୋଝ ଯା ସାଜିଛ ଏ ମହୀରେ ।
ସାମାଜିକ ନୁହେଁ ସଂସ୍କାରି ନୁହେଁ
କଣ ତୁମର ପରିଚୟ ,
ନିରୀହ ନିଷ୍ପାପ ଜନତା ଙ୍କ ଆଗେ
ଦେଖାଉଛ ଖାଲି ତୁମ ଭୟ ।
ଅସଲ ବାପାର ପୁଅ ଯଦି ତୁମେ
ଆଖି ଆଗେ କର ଦଙ୍ଗା ,
ବନ୍ଧୁକ ଗୁଳି ବାରୁଦ କ'ଣ
ଏକା ତୁମ ପାଇଁ ଠେଙ୍ଗା ।
ସସ୍ମିତା ସାହୁ , ନାଶିକ
