ଏକମୁହାଁ
ଏକମୁହାଁ
କହିବା କାହାକୁ କିଏ ବା ବୁଝିବ
ସଭିଏଁ ଗୋଟିଏ ନାଆ ର ଯାତ୍ରୀ ,
ଅଭିନୟ ଏଠି ସଭିଏଁ କରନ୍ତି
ସକାଳରୁ ସଞ୍ଜ ଦିବସ ରାତ୍ରି ॥
ଲୋକଙ୍କ ଖୁସିରେ ହସିବାକୁ ହୁଏ,
ଭିତରଟା ପଛେ ଲୁହରେ ଭାସେ ,
ଚାଲିବାକୁ ହୁଏ ଜୀବନ ପଥରେ
କଣ୍ଟା ଆସୁ ଅବା ଗାଲିଚା ଘାସେ ॥
ତଥାପି ମନରେ ରହିଥାଏ ଆଶା
କାଳେ କେବେ ମିଳିଯିବ କି ଖୁସି ,
ଯନ୍ତ୍ରଣାର ଏଇ ବାଡଟିକୁ ଭାଙ୍ଗି
ହସି ହସି ମୁଁ ଯାଆନ୍ତି ଖସି ॥
ମରୀଚିକା ପଛେ ଧାଇଁ ଧାଇଁ ଶେଷେ
ଛାଡିବାକୁ ହୁଏ ଏଇ ଶରୀର,
ରହିଯାଏ ଆଶା ଅପୁରଣ ହୋଇ
ଆତ୍ମା ଚାଲିଯାଏ ଆଉ କା ଘର ॥
ଏକମୁହାଁ ହୋଇ ଧାଇଁଛେ ସଭିଏଁ
ତର ନାହିଁ ଏଠି କାହା ପାଇଁକି ,
କେବେ ପଡି ଉଠି ନିଜକୁ ଘୋଷାଡ଼ି
ଜାଣୁନା ଦଉଡ଼ୁ ଆମେ କାହିଁକି ? ॥
(ସସ୍ମିତା ସାହୁ , ନାଶିକ )
