STORYMIRROR

Ritanjali Maharana

Tragedy

3  

Ritanjali Maharana

Tragedy

ତୁମ ଅପେକ୍ଷାରେ

ତୁମ ଅପେକ୍ଷାରେ

1 min
1.2K


ତୁମେ ତ ପାଗଳ ଭଅଁରଟିଏ

ମୁଁ ତ ଗନ୍ଧହୀନ ପଳାସ

ତୁମେ ତ ମତଲବର ମହକରେ ମତୁଆଲା

ଆଉ ବିନା ମହକରେ ମୁଁ ଚିରକାଳ ।

ତୁମେ ତୁମ ରଙ୍ଗୀନ ସାମ୍ରାଜ୍ୟର ସମ୍ରାଟ

ମୁଁ ତୁମ ଦାସୀଟିଏ ହେବାକୁ ଯେ କେତେବିକଳ

ହୋଇପାରେ ମୁଁ ରାସ୍ତାକଡର ଲକ୍ଷେ ପଦାଘାତ

ହଜାରେ ବର୍ଷା

ଅସହ୍ୟ ଖରା

ଅଜସ୍ର ଟାହି ଟାପରା ଖାଇ ପଡ଼ିଥିବା

ଅଜଣା ଇତିହାସର ପଥର ଖଣ୍ଡେ ।

ହଁ ନ ହୋଇପାରେ ତୁମ ଆଖିରେ

ପବିତ୍ର ପାଷାଣୀ ଅହଲ୍ୟା

ତଥାପି ମୁଁ ସମର୍ପିତl

ପଡିରହିଛି କେବେ ଠୁଁ ଜାଣେନା

ତୁମ ଅପେକ୍ଷାରେ

ମୋର ତମାମ ଆୟୁଷକାଳ।

ଥରେ ଆସି ପରଖି ନିଅନl

ଦେଖିଯାଅନା ମୋ ଛାତିଚିରି

ଜାଣିବ ତୁମେ ହିଁ ମୋ ଦେବତା

ତୁମେ ହିଁ ମୋ ଦେଉଳ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy