Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ritanjali Maharana

Others

3  

Ritanjali Maharana

Others

ଛଳନାର ମୂର୍ତ୍ତି

ଛଳନାର ମୂର୍ତ୍ତି

1 min
359


ମୁଁ ନୁହେଁ ଛଳନାର ମୂର୍ତ୍ତିଟିଏ

ମୋତେ ନେଇ ସନ୍ଦେହର

ଚିତ୍ରଟିଏ ଆଂକନା

ନ ପାରୁଛ ଯଦି ବିଶ୍ୱାସର

ପବିତ୍ର ତାଜମହଲଟିଏ ଗଢି

ତେବେ ଅବିଶ୍ୱାସର କାଚଘରେ

ଅଣନିଶ୍ୱାସୀ କରନା I

ପାରୁଛ ଯଦି ଥରେ

ନିଜ ବିବେକକୁ ପ୍ରଶ୍ନକର

ହୃଦୟରୁ ଶୂନ୍ୟତାରୁ ପାଇବ ଉତ୍ତର

ମୋ ନୀରିହା ମନକୁ

ଯନ୍ତ୍ରଣାର ଯୁଇରେ ଜଳାଇଦିଅନା,

କି ମୋତେ ନେଇ ଛଳନାର

ମୂର୍ତ୍ତିଟିଏ ଗଢନା l

ମୁଁ ନୁହେଁ ବଜାରର କଣ୍ଢେଇ

ଇଚ୍ଛାହେଲେ ସଜେଇବ

ହୃଦୟର ସୋକେଶରେ ନେଇ

ପୁଣି ମନହେଲେ ଫିଙ୍ଗିଦେବ କେଉଁ ଏକ

ଅଜଣା ରାସ୍ତା କଡରେ

କିମ୍ବା ଭଙ୍ଗା ହୋଇ ପଡିରହିବି

ଅନ୍ଧାରୀ ଅପନ୍ତରାରେ I

ମୁଁ ନୁହେଁ ମନଗଢା ବୁଲବୁଲ ପକ୍ଷୀ

ହାତେ ଧରି ଉଡାଇ ଦିଅନା

ମୋର ଵି ମନ ଅଛି ବୋଲି

ଥରୁଟିଏ ଭାବ ଆଉ

ଆଘାତ ପରେ ଆଘାତ କରନା I

କି ମୋତେ ନେଇ ଛଳନାର ମୂର୍ତ୍ତି ଟିଏ ଗଢନା I

ମୋ ମନର ଗଙ୍ଗା କୁ ତୁମ

ଘୃଣାର ରକ୍ତଛିଟା ଦେଇ

ଆଉ କଳଙ୍କିତ କରନା

ମୁଁ ନୁହେଁ ସନ୍ଦେହର ଚିତ୍ରଟିଏ

କି ମୋତେ ନେଇ କେବେ

ଛଳନାର ମୂର୍ତ୍ତିଟିଏ ଗଢନା l







Rate this content
Log in