STORYMIRROR

Ritanjali Maharana

Others

3  

Ritanjali Maharana

Others

ସନ୍ଦେହ

ସନ୍ଦେହ

1 min
817


ସନ୍ଦେହ ନ ଥିଲା ସବୁକିଛି ଭଲ ଥିଲା

ଜୀବନ, ସମ୍ପର୍କ ଦୁନିଆ

କିନ୍ତୁ ଯେବେ ସନ୍ଦେହ ଆସିଲା

ସବୁକିଛି ବଦଳିଲା

ତା 'କାଉଁରୀ ପରଶେ କୁହୁଳିଲା ନିଆଁ

ହୃଦୟ କୁ କରିଦେଲା ଚୁନା

ମନକୁ ବୁଝେଇ ହୁଏନା

ସ୍ବପ୍ନକୁ ସଜେଇ ହୁଏନା

ସାତସୁରେ ବୀଣା ଝଙ୍କୁତ ହୁଏନା

ମେଘ ମଲ୍ହାର ବି ଆନମନା

ଫୁଲରେ ଭ୍ରମର ବସେନା

କାହାପାଇଁ କିଏ ଦାୟୀ?

ମୁଁ ଜାଣେନା !

ଚାରିପଟେ ଖାଲି ଧୂ -ଧୂ ଖରା ପରି

ସନ୍ଦେହ, ସନ୍ଦେହ, ସନ୍ଦେହ

ସନ୍ଦେହଟା ସ୍ପଷ୍ଟ ହୋଇଯାଏ ବାରି I

ଆଖି ଆଗେ ଆଶା ଭରସାର

ତାଜମହଲ ଭୁଷୁଡ଼ି ପଡିଲା

ସ୍ବପ୍ନ ପୋଡି ଅଙ୍ଗାରରେ ପରିଣତ ହେଲା

ହେଲେ ମୁଁ ପାରିଲିନି ସହି

ନିରୋଳାରେ ସନ୍ଦେହକୁ ପଚାରିଲି ଯାଇ

କେମିତି ଆସିଲୁ ତୁ ମୋ ହୃଦୟକୁ !

ଉତ୍ତରରେ ସେ କହିଲା

ଦୁର୍ବଳ ବିଶ୍ୱାସର ଫାଙ୍କ ଦେଇ !




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍