ଅପଦେଵତା
ଅପଦେଵତା
ଥର ଥର ଓଠ
ଛଳ ଛଳ ଆଖି
ନିଶ୍ୱାସର ଅନ୍ତରାଳେ
ବିଦ୍ରୋହ କରନ୍ତି... l
ଅସ୍ଥିରପଣେ
କେହିଜଣେ
ପଞ୍ଜରା ତଳୁ
ପ୍ରଶ୍ନ କରେ ମୋତେ l
କାହିଁକି ତୋ ହୃଦୟରେ
ମହଣ ମହଣ ଭଲ ପାଇବl?
କାହା ପାଇଁ ସଜେଇଛୁ
ତୋ ପ୍ରେମ ଆକାଶର
ଏ ବ୍ୟାପ୍ତି ନୀଳିମା?
ଅଜାଡୁଛୁ ପ୍ରେମର ଅଜସ୍ର ମୁକ୍ତା... l
ସେଇ ନା...ଯିଏ
ଛଳନାର ବଳୟ ଭିତରେ ବସିଛି
ମିଛ ରଙ୍ଗର ଚାଦର ଘୋଡେଇ ହୋଇ l
କେଁଉଠି ମୁଣ୍ଡ ବାଡେଇ
ପ୍ଲାବିତ କରୁଛୁ
ତୋ ଆଖିର ଅଶ୍ରୁଧାର?
ଯେଉଁଠି କିଛି ବଦଳିବାର ନାହିଁ !
ପ୍ରତିଫଳିତ ହେବାର ନାହିଁ
ତୋ ପ୍ରେମର ସବୁଜିମା !
ସେ ଯେ ଗୋଟେ ନିଷ୍ଫଳl ଭୂଇଁ !
କାହା ପାଇଁ ଦୋହଲିଯାଉଛୁ
ଦଲକାଏ ପବନରେ?
ଚହଲିଯାଉଛୁ ଚହଲା ପାଣି ପରି
ଜଳୁଛୁ ଅହର୍ନିସି ଯନ୍ତ୍ରଣାର ଯଉଘରେ !
ନିଜକୁ ସଜେଇଛୁ ଗୋଟେ
ଅଭିଶପ୍ତ ଅପସରା... !
ସେଇ ନା... ଯିଏ
ବୁଢିଆଣୀ ପରି ବୁଣିପାରେ
ଥାକ ଥାକ ମାୟାଜାଲ I
କାହାପାଇଁ ଲେଖୁଛୁ
ତୋ ଜୀବନ ପୃଷ୍ଠାରେ
ଅବ୍ୟକ୍ତ ହୃଦୟର ଗଜଲ...?
ସେ କଣ ବୁଝିବ ବ୍ୟଥା?
ସେ ତ ଗୋଟେ ଅପଦେଵତା !
ଯିଏ ଜିତିବା ନିଶାରେ
ତୋ ମନକୁ ମନ୍ଥି ଚକଟି
କାଦୁଅର କଣ୍ଢେଇକରି
ଖେଳିପାରେ !!!
କାହା ପାଇଁ ମହମହୋଇ
ତରଳୁଛୁ ତିଳ ତିଳ?
ସେଇନା... ଯିଏ
ପାଖରେ ଥାଇ ବି
ଯାହା ଆଖିରେ ତୁ ନିରୁଦ୍ଧିଷ୍ଟ
ଚିରକାଳ ପାଇଁ !!!
ତେବେ କହିଲୁ
ସେ କେମିତି ବୁଝିବ?
ତୋ....
ଅନ୍ଧ ପ୍ରେମର
ପ୍ରେମିକାପଣ... !!!