STORYMIRROR

Ritanjali Maharana

Others

2  

Ritanjali Maharana

Others

ଶୀତ ବନାମ ମା

ଶୀତ ବନାମ ମା

1 min
354



ରେ ନିର୍ଜନ ରାତିର ଶୀତ

ତୁ କଣ ଛୁଇଁ ପାରିବୁ ମୋ ଲୋମମୂଳ

ଯଦିଓ ମୁ ଦୁଇମାସ ର ଶିଶୁ

ନିରୀହ ସରଳ

ତଥାପି ମୁଁ ନିର୍ବିକାର ।

ବାହାରେ ତୋର ପ୍ରକୋପ

ଉଦ୍ଗାରୁଛୁ ହାଡଭଙ୍ଗା ଶୀତ

ଆମେ ରାସ୍ତା କଡରେ ଦୋକାନ ବାରଣ୍ଡାରେ

ଆଶ୍ରିତ ,ଅପେକ୍ଷିତ ।

ତୁ କଣ ଜଡେଇ ଦେଇପାରିବୁ

ଥରେଇଦେଇପାରିବୁ

କରିପାରିବୁ ମୋତେ କବଳିତ ?

ଥରେ ନଜର ପକା ଦେଖିବୁ

ମୋପରେ କଣ ଛାଇଛି

ଏ ସଂସାର ଦେଉଳର ଶ୍ରେଷ୍ଟ ନେତ

ଆକାଶଠୁ ବିସ୍ତୀର୍ଣ୍ଣ

ପାହାଡ ଠୁ ମଜବୁତ

ମୋ ମା ର ପଣତ ।

ପାରିବୁନି ତୁ ପାରିବୁନି ।

ଦେଖନା ତୋ ବୃଥା ବାହସ୍ପଟ

ଯିଏ ସହ ସହ ହାଡ ଥରକେ ଭାଂଗିଲା ପରେ

ତିଆରିଛି ଏ ସୃଷ୍ଟି

ମୁ ପରା ତା କୋଳେ ,ପଣତ ତଳେ

ଦେଖୁନୁ କେତେ ଦମ୍ଭରେ

ଲେସିଦେଇଛି ମୋତେ ତା ଛାତି ରେ

ବିନା କମ୍ବଳ, ରେଜେଇ କନ୍ଥା

କି କିଛି ବି ସିତବସ୍ତ୍ରରେ ।

କେମିତି ମୋ ଦେହରେ ଲହଡି ଭାଁଗୁଛି

ହଜାରେ ଉଷ୍ମତା ଏକାଥରେ ।

ଫେରିଯା ତୁ ଫେରିଯା ଶୀତ

ସେ ତେଜମୟି

ଓଜମୟୀ

ମମତାମୟୀ ,ଦୁର୍ଗା ଆଉ ଗାୟତ୍ରୀ

ମୁ ଜାଣେ ସେ ମୋପାଇଁ ହଜାରେ

ଅନ୍ଧାରକୁ ଗିଳିଦେଇପରେ ଫେରିଯା ଫେରିଯା ଶୀତ

ଆଉ

ମୋ ମାର ପଣତ ତଳେ ମୁ ଯେ

ଅମୃତ ମୟ ସକାଳ ଅପେକ୍ଷାରେ ।


ରୀତାଞ୍ଜଳି ମହାରଣା

ଚରମ୍ପା, ଭଦ୍ରକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍