STORYMIRROR

Santosh Kumar Misra

Tragedy

3  

Santosh Kumar Misra

Tragedy

ଯନ୍ତ୍ରଣା

ଯନ୍ତ୍ରଣା

1 min
272



ଅନେକ କିଛି କହିବାରଥିଲା,

କିନ୍ତୁ କହି ପାରିଲିନି ।


ଦିନ ପରେ ଦିନ ବିତିଗଲା

ବର୍ଷ ମାସ ସବୁ କିଛି ବଦଳିଗଲା

କିନ୍ତୁ କିଛି ବି କହି ପାରିଲିନି ମୁଁ

ମୋ କଥା ମୋ ପାଖରେ ହିଁ ରହିଗଲା ।


ଭାବନାଟିଏ କଦବା କେମିତି

ଆସୁଥିଲା ମନକୁ

କଥାରେ ପଛେ ନହେଲା ନାହିଁ

ଶବ୍ଦ ସବୁ ଗୁନ୍ଥି ଗୁନ୍ଥି ନିଆରା ଏକ ରଜ୍ଜୁରେ

ବଖାଣି ନେବି ମୁଁ, ମୋତେ,

ମୋର କିଛି ଅନୂଢା କବିତାରେ

ହୁଏତ କେବେ ଦିନେ ଅବଚେତନରେ ହେଲେ ବି

ଝୁଣ୍ଟିଯିବ ତୁମେ ମୋର ସେ କବିତାକୁ

ନିତିଦିନିଆ ତୁମ ଚାଲିବା ବାଟରେ


ସମୟ ଚକ୍ରରେ ଏବେ କିନ୍ତୁ

ମନ କଥା କହିବାର ଆଲୋଚନା ବି ହେଲେ

ଭୟ ଲାଗେ ମୋତେ

ଶବ୍ଦ ସବୁ ଖସି ଯାଇ ମୋ ହାତପାଆନ୍ତାରୁ

ଛିନ୍‌ଛତ୍ର ହୋଇ ଘୁରି ବୁଲନ୍ତି

ମୋ ଚାରିପାଖେ ଏକ ସଜ୍ଞାହୀନ / ବଳୟ-ପଥରେ

ଖୋଜି ପାଏନା ମୁଁ ଶକ୍ତ ଶିକୁଳିଟିଏ

ବାନ୍ଦି ରଖିବାକୁ ଶବ୍ଦ ମାନଙ୍କୁ ମୋରି ଭିତରେ

ଖାସ୍‌କରି ତୁମ ପାଇଁ ଏକ / ନିଆରା ଢଙ୍ଗରେ ।


ସଜ ସକାଳର ରକ୍ତିମ ଆଭା

ମଉଳି ଗଲାଣି ଆସନ୍ନ ଗୋଧୂଳିର ବାସ୍ନାରେ

ଏବେ ମୁଁ ଭାବୁଛି

ତୁମେ ଯଦି ପଢି ପାରିଲନି ମୋତେ

ମୋ ଆଖିରୁ

ମୁଁ ତେବେ ଜଳୁଥିବି କିଆଁ ଅହରହ

ମୋ କଥା ନକହି ପାରିଥିବାର ଡହଡହ ଯନ୍ତ୍ରଣାରେ


Rate this content
Log in

Similar oriya poem from Tragedy