STORYMIRROR

Pratap Chandra Mishra

Tragedy

4  

Pratap Chandra Mishra

Tragedy

ଡାକବାଲା

ଡାକବାଲା

1 min
173


ଡାକବାଲା ସାଥେ ଭାବ ଥିଲା ବୋଲି

କହୁଥିଲା ତା ଅନ୍ତର କଥା।

କାମ ମୋର ଚିଠି ଦିଆ ନିଆ 

ଦୁନିଆ ଭିତରେ ଭାବେ ଏ ମୋ ଶ୍ରେଷ୍ଠ ଦୁନିଆ ।


ସନ୍ଦେଶ ଦେଇ ଆଦର ସାଉଁଟି ସବୁରି ଆଦର ମୁଁ,

ସରକାରୀ କର୍ମ ଈଶ୍ୱର ଭେଟି ସବୁ ପରିବାର ସଦସ୍ୟ ମୁଁ ,,,।

ସୁଖ ଦୁଃଖ ସାଥେ ସଦା ରହିଥାଏ

 ଗୋଡ଼ ମୋ ସାଇକେଲ,

ମଥାରେ ଟୋପି ଶିର ମୁକୁଟ

ହାତେ ଚିଠି, ମନିଅର୍ଡ଼ର ମୁହେଁ ହସ ସଦା ଝଟକେ ମଲ ମଲ।


ଏବେ ପରା ଏହି ସ୍ମାର୍ଟ୍ ଯୁଗରେ ଅଲୋଡା ହେଉଛି ବଳେ,

ଡାକବାଲା ବୋଲି ଆଦର ମୋ ନାହିଁ

ବଞ୍ଚିବା ସଂଘର୍ଷ ଚାଲେ।


ଖରା, କାକରକୁ ଖାତିର ନକରି ନିଜ ପରିବାର ପଛେ ଛାଡି,

 ଦୁନିଆ ଲୋକ ମୋ ପରିବାର ଥିଲେ

ଏବେ ଧୀରେ ଧୀରେ ମୋ ଠାରୁ ଯାଆନ୍ତି ବାଟ ହୁଡି।


ବଞ୍ଚିବା ପାଇଁ କି ବଞ୍ଚିଛି ଖାଲି

ଖୋଜେ ସ୍ନେହ ମମତା,

 ଦରମା ଟିକକ ହାତେଇ ନିଏ ମୁଁ ପରିବାର ପୋଷେ

ମନେ ଅସରନ୍ତି ବେଦନା ବାର୍ତ୍ତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy