Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Tragedy

4.7  

DILIP KUMAR SAHOO

Tragedy

ବାଜୁନି ମହୁରୀବାଜୁନି ବାଜା

ବାଜୁନି ମହୁରୀବାଜୁନି ବାଜା

1 min
187


   ନିର୍ମଳ ଶରତ ନିର୍ମଳ ଜଗତ

   ମାଆଙ୍କର ଆବାହନ

   ଅଶରିରୀ ପାଇଁ ପୂଜା ଜମୁନାହିଁ

   ବୁଝୁନି ସନ୍ତାନ ମନ ।


   ବାଜୁନି ମହୁରୀ ବାଜୁନାହିଁ ବାଜା

   ହୋଇନାହିଁ ସାଜ୍ଜସଜ୍ଜା

   ବିନା ଆଡମ୍ବରେ ଗମ୍ଭୀରା ଭିତରେ

    ପାଉଛନ୍ତି ମାଆ ପୂଜା ।


    ଦୀପ ଜାଳିଦେଲେ ମାଆ ଙ୍କ ପାଖରେ

    ଉଣାହୁଏ ପାପତାପ

    ଅନୁମତି ନାହିଁ ଏସନ ମଣ୍ଡପେ

    ଜାଳିବାକୁ ଆମେ ଦୀପ ।


    ସନ୍ଧ୍ୟାରେ ଭଜନ ହେଉନି କୀର୍ତ୍ତନ

    ଦର୍ଶନ ପାଇଁ କି ମନା

    ନନା ଗାଉଛନ୍ତି ମାଆ ଙ୍କ ବନ୍ଦନା

    ଶୁଣୁଛନ୍ତି ସେଇ ନନା ।


    ପୂଜା ପାଇଁ କାହିଁ ନାହିଁତ ଗହଳୀ

    ସବୁଆଡେ ଖାଲି ଭୟ

    ସଭିଙ୍କୁ ତ ବାଦ କରେ ଅବସାଦ

    ଅନ୍ତରେ ଅକୁହା କୋହ ।


    କବି କଳାକାର ଶିଳ୍ପୀ କାରିଗର

    ବସିଛନ୍ତି ହାତବାନ୍ଧି

    ପୂଜା ବଜାରରେ ନାହିଁ ରୋଜଗାର

    ଦିନ ସରେ କାନ୍ଦିକାନ୍ଦି ।


    ଉଠା ଦୋକାନୀଙ୍କ କର୍ମ ହେଲା ବାଙ୍କ

    ବସି ନାହିଁ ମେଳା କାହିଁ

    ମଉଳିଲା ଆଶା ବୁଡିଲା ବେଉସା

    ଦୁଃଖ ବୁଝନ୍ତିନି କେହି ।


    ପୂଜା ଭରିଦିଏ ସବୁ ଓଠେ ହସ

    ଏସନ ପାରୁନୁ ହସି

    କିଏବା କହିବ କେବେତ ପାହିବ

    ତମସା ଭରା ଏ ନିଶି ।


    କରୁଣାମୟୀଗୋ ତୁମ ଚରଣରେ

    ସଭିଏଁ କରୁଛୁ ଅଳି

    କରୋନା ଦାଉରୁ ରକ୍ଷା କର ମାଆ

    କରୋନାକୁ ପାଦେ ଦଳି ।

    

     

    



Rate this content
Log in

Similar oriya poem from Tragedy