STORYMIRROR

Anita Dash

Tragedy Inspirational

4  

Anita Dash

Tragedy Inspirational

ଶରଣାର୍ଥୀର ଖେଦ

ଶରଣାର୍ଥୀର ଖେଦ

1 min
196


ଯେଉଁ ପୁଣ୍ୟ ଭୂମି ପରେ ହୋଇଥିଲା

ଜୀବନର ଅଦ୍ଭ୍ୟୁଦୟ ,

'ମାଆ' 'ମାଟି ମାଆ' ସ୍ୱର୍ଗୀୟ ପରଶେ

ସପନର ସୂର୍ଯ୍ୟୋଦୟ । [୧]

ଷଠିଘର ଆଉ ଧୂଳି ଖେଳ ମୋହ

ସମୟ କି ଏଡି ପାରେ,

ଜୀବନ ଜିଇଁବା ଆତ୍ମପ୍ରତ୍ୟୟଟି

ଜୀବନ କି ଫେଡ଼ି ପାରେ ? [୨]

କେବେ ଧର୍ମ, କେବେ ସାମ୍ରାଜ୍ୟବାଦର

ତୁଷ୍ଟିକରଣର ପାଇଁ ,

ହିଂସା, ନିର୍ଯାତନା, ସଂତ୍ରାସବାଦ ବା

ସହରୀ କାରଣ ପାଇଁ। [୩]

ସ୍ୱାର୍ଥୀ ସଭ୍ୟତାର ଭବ୍ୟତା ପାଇଁକି

ମୂଲ ଦେଇଅଛୁ କେତେ,

ଭିଟାମାଟି ମୋହ ତୁଟାଇ ଆସିବା

ଆହା କି ଦାରୁଣ ସତେ ! [୪]

ପରିଚିତି ମୋହ, ପରିଚୟ ପତ୍ର

ଅସୂୟାରେ ଫିଙ୍ଗି ଦେଇ ,

ଅଜଣା ମୁଲକେ ପ୍ରତ୍ୟୟ ଖୋଜୁଛୁ

ପରତେ ଯିବ କେ କାହିଁ ? [୫]

ନାଗରିକତାର ଗାରିମା ହଜାଇ

ବେକାରୀ, ଅସୁରକ୍ଷିତ,

ଉଚ୍ଚ ଶିକ୍ଷା, ସରକାରୀ ଯୋଜନାର

ସୁଫଳୁ ହେଲୁ ବଞ୍ଚିତ। [୬]

ଆନୁଗତ୍ୟ ଆମ ପରଖିବା ପାଇଁ

ଥାଆନ୍ତାକି ମାନଦଣ୍ଡ ,

କିଏ ସାଧୁ, କିଏ ଚୋର-ଖଣ୍ଟ,ସବୁ

ହୋଇ ପାରନ୍ତାକି ସିଦ୍ଧ ! [୭]

ଆମକୁ ଆଶ୍ରୟ ଦେଇ ଆସିଥିବା

ଉଦାର ଦେଶର ପାଇଁ,

"ଶରଣାର୍ଥୀଙ୍କର ସମସ୍ୟା" ରୂପକ

ସମସ୍ୟା ବଢ଼ନ୍ତା ନାହିଁ । [୮]

ଖିଆଲୀ ପବନ, ଛଳ ଛଳ ନଈ,

ବିହଙ୍ଗମ ରାଜି ପାଇଁ,

ସୀମା ରେଖା ନାହିଁ, ସୀମାର ରେଖାଟି

ମଣିଷ ସମାଜ ପାଇଁ ! [୯]

କାନ୍ଦିଥିଲା ଦିନେ 'ବିଶ୍ବ କବି' ପ୍ରାଣ

"ସୀମାହୀନ ବିଶ୍ୱ"ପାଇଁ ,

ବେଦର ନିନାଦ, "ବିଶ୍ୱଟି କୁଟୁମ୍ବ"

ଯାଆନ୍ତାନି ସତ ହୋଇ ! [୧୦]


Rate this content
Log in

Similar oriya poem from Tragedy