STORYMIRROR

Surjyakanta Dash

Romance Tragedy

4  

Surjyakanta Dash

Romance Tragedy

ତୁମ ବିନା ଏକା ଏକା

ତୁମ ବିନା ଏକା ଏକା

1 min
268


କାହିଁକି ଆଜି ଭୟ ଲାଗେ

ଗୋଟିଏ ବିଶାଳ ପୃଥିବୀରେ

ବଞ୍ଚି ରହି ବାକୁ

ବିଶ୍ୱାସର ପରିଧିକୁ ମାପିବାକୁ

କାହିଁକି ଆଜି ଇଚ୍ଛାହୁଏ

ତୁମ କେତେଜଣଙ୍କ ପରି

ପ୍ରତିଛବି ଆଙ୍କିବାକୁ

ଯିଏ ଖାଲି ପ୍ରତାରଣା ଜାଣେ

ବିନା ଶ୍ରାବଣରେ ଖାଲି

ପାଦ ତଳେ ମାଟି ସିକ୍ତ ହୁଏ

ଆଖିରୁ ଝରି ଝରି ଲୁହ ,

କାହିଁକି ଆଜି ଇଚ୍ଛା ହୁଏ

ବିନା ଚିତ୍କାର ରେ କାନ୍ଦିବାକୁ

ଛାତିରେ ଉଠେଇ କୋହ

ରୋକି ପାରେ ନାହିଁ ନିଜକୁ

ଯେତେ ଚେଷ୍ଟା କଲେ ମଧ୍ୟ

କାହିଁକି କୁହ କାହିଁକି ?

କଣ ପାଇଁ ଆଜି ସବୁ

ମୋ ଆଗରେ ଲାଗେ ତୁଚ୍ଛ

ସବୁ ଥାଇ ମଧ୍ୟ

ଲାଗୁଛି ବହୁତ୍ କଷ୍ଟ

ତୁମ ଠାରୁ ଆଜି ମୁଁ

ଚାହେଁ ଉତ୍ତର ,

ବାଧ୍ୟ ମୁଁ କରିବିନି ତୁମକୁ

ତୁମେ ଯାଇ ପାର

ମୋତେ ଛାଡ଼ି

ଅନେକ ଦୂରକୁ

ସେଇଟା ତୁମର ବ୍ୟକ୍ତିଗତ ମତ

ହେଲେ ତୁମେ ମୋର

ଉତ୍ତର ଦେବା ପରେ

ସମ୍ପର୍କ ଆମର ଦୁହିଁଙ୍କର

ତୁମର ଏକା ବ୍ୟକ୍ତିଗତ ନୁହେଁ

ତୁମେ ଜାଣିଛ

ଯନ୍ତ୍ରଣାର ଜ୍ୱାଳାରେ ଛଟପଟ ହୋଇ

ମିଛରେ ମୁଁ ହସି ପାରିବିନି

ଲୁଚି ଲୁଚି କୁହୁଳି କୁହୁଳି

ଛଳନାରେ ମୁଁ ବଞ୍ଚିପାରିବିନି

ତୁମ ବିନା ଏକା ଏକା,

ତୁମେ ଯେଉଁ ନିଆଁ ଜାଳିଦେଇଥିଲ

ମନରେ ମୋର

ସେଇ ନିଆଁରେ ପୋଡ଼ି ପାଉଁଶ ରେ

ପରିବର୍ତ୍ତିତ ହେଲା ପର୍ଯ୍ୟନ୍ତ

ଖୋଜୁଥିବି ମୁଁ ଉତ୍ତର

ତୁମ ଠାରୁ ....।।


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance