STORYMIRROR

Chinmaya Kumar Nayak

Tragedy Inspirational

4  

Chinmaya Kumar Nayak

Tragedy Inspirational

ଓଡ଼ିଶାରେ ନଈବଢି

ଓଡ଼ିଶାରେ ନଈବଢି

1 min
219

ମୁଁ ଏମିତି ପଡି ରହିଛି

ଅସଂଖ୍ୟ ତଟିନୀର ଘେରାବନ୍ଦୀରେ

ମୋ ଛିନ୍ନ ଜାତକର ଜରାଜୀର୍ଣ୍ଣ ଶଯ୍ୟାପରେ

କେବେ ରୌଦ୍ରତାପେ ତୃଷିତ ମୁଦ୍ରାରେ

ମୌସୁମୀର ଦୀର୍ଘ ପ୍ରତୀକ୍ଷାରେ

ଓ ପରିଶେଷରେ ଆକସ୍ମିକ ବର୍ଷାର ଅନନ୍ତ ସଲିଳେ।


କେବେ ଦିନେ ଜଳମୁନ୍ଦେ ପାଇଁ

ପାତିଥିଲି ଉଧାରି ହାତକୁ

ମୋ ଚିରସଖା ବଙ୍ଗୋପସାଗରେ,

କେଜାଣି ସେ ଈର୍ଷାବଶେ 

ଅବା କେଉଁ ପୁରାତନ ବାକିଥିବା ବଇରୀ ନିଶାରେ

ପଠେଇଥିଲା କାଳମୁଖୀ କୃଷ୍ଣ ବଳାହକ

ମୌସୁମୀର ଲୋଭାନୀୟ ଶ୍ୱେତ ଲଫାପାରେ।


ହେଉ ଅବା ନିୟତି ନିର୍ଦ୍ଦେଶେ

କିମ୍ବା ପ୍ରକୃତିର କରାଳ ଆକ୍ରୋଶେ

ମୁଁ ଏମିତି ସବୁ ସନ ହଟହଟା ହୁଏ 

ନଦୀମାନଙ୍କର ମୁହଁ ଫୁଲା ଉଛୁଳା କୋପରେ।


ସାଉଁଟି ନିଏ ବିଧ୍ଵଂସର ପଟୁମାଟି ଯେତେ

ମୋ କୁଳିଆ କ୍ଷେତରୁ

ଓ ପୁଣି ଅଣ୍ଟା ଭିଡ଼େ 

ସଜାଡିବାକୁ ବୋହିଯାଥିବା ମାଟିକାନ୍ଥକୁ

ପଲିଥିନ ତଳେ ଚୁଲି ଜାଳିବାକୁ

ମାଟିତଳୁ ସୁନା ଫଳେଇବାକୁ

ଓଦା ଜୀବନକୁ ଖରାରେ ଶୁଖେଇ

ଆଉଥରେ ପୁଣି ବଞ୍ଚିବାକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy