STORYMIRROR

Mamatamanjari Das

Tragedy

4  

Mamatamanjari Das

Tragedy

ମୋ ସ୍ୱପ୍ନରେ ତୁ....

ମୋ ସ୍ୱପ୍ନରେ ତୁ....

1 min
287

ତୋ' ମଧୁର ଓଠର ଛୁଆଁରେ

ହୁଏ ମୋ ସକାଳ

ତୋ 'କଣ୍ଠର ମଧୁର "ବବି" ଡାକରେ 

ନିଦ ଭାଙ୍ଗେ ମୋର ।


ଦିନ ମୋର ହୁଏ ଅତିକ୍ରାନ୍ତ

ତୋ ସହ ଫୋନରେ ଗପ ଯେବେ କରେ

ସଞ୍ଜ ଯେବେ ନଇଁ ଯାଏ ତନ୍ଦ୍ରା ଆସେ

ଶୋଇ ଯାଏ ମୁଁ ସନ୍ତୁଷ୍ଟି ନିଦ୍ରାରେ ।


 ଆଜି କିନ୍ତୁ........

ନିଦ ମୋର ଭାଙ୍ଗି ଯାଏ

ହେଲେ ହୁଏନି ସକାଳ

ନିଦ ଆଜି ମୋ ସହ ଖେଳେ ଖାଲି

ଲୁକା ଛୁପି ଖେଳ ।


 ଆଖିରୁ ମୋ ଝରେ ଲୁହ

ତୋ 'ଚିନ୍ତନରେ

ତୁ କିନ୍ତୁ ଶୋଇ ଗଲୁ

ନିଘୋଡ଼ ନିଦରେ ।


ପ୍ରତିଟି ମୁହୂର୍ତ୍ତ ମୋର କଟେ

ନିଜକୁ ଦେଇ ଦେଇ

ଅସହ୍ୟ ଯନ୍ତ୍ରଣା

ହେଲେ ତୋ' ପାଖେ ଅପହଞ୍ଚ

ମୋର ସେ କଷଣ ।


ଏମିତି ମୁଁ ଚାଲୁ ଚାଲୁ

ଜାଣେନା କେବେ ଆସିବ ସେହି

ମୋ ଜୀବନରେ ଚିର ଶାନ୍ତିର

ତନ୍ଦ୍ରା ଭରା ରାତି 

ଶାନ୍ତିରେ ମୁଁ ଯିବି ଶୋଇ 

ସ୍ୱପ୍ନରେ ମୋ ତୋ ମୁହଁକୁ ଦେଖି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy