STORYMIRROR

Ranjan kumar Mohanty

Inspirational

4  

Ranjan kumar Mohanty

Inspirational

କଳଙ୍କ

କଳଙ୍କ

1 min
219

କଳଙ୍କକୁ କରି ମଥାର ଚନ୍ଦନ 

ସାଧୁ ଚାଲିଥାନ୍ତି ବାଟ 

କଳଙ୍କକୁ କଲେ ଅଣ୍ଟିର କଉଡ଼ି 

କରିବୁ ସଂସାର ହାଟ 

ପଢ଼ିବୁ ସଂସାର ପାଠ 

କଳଙ୍କକୁ ଭୁଲି କର୍ମ କରିଗଲେ 

ପାଇବୁ କାଳିଆ ଭେଟ


କଳଙ୍କକୁ କରି ଅଙ୍ଗର ଭୂଷଣ 

କଳାକାର କି ସୁନ୍ଦର 

କଳଙ୍କକୁ ପୁଣି ଅଳଙ୍କାର କରି 

ରାଧା ସତୀ ମଧ୍ୟେ ସାର 

ତିନିତୁଣ୍ଡେ ଛାଗ ଛାର 

ତେଣୁ କରି କାହା କୁହା କଥା ଭୁଲି 

କର୍ମେ ହୁଅ ଅଗ୍ରସର 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational