STORYMIRROR

Ranjan kumar Mohanty

Abstract

3  

Ranjan kumar Mohanty

Abstract

ଶେଷ ନିଷ୍ପତି

ଶେଷ ନିଷ୍ପତି

1 min
254

ଥମି ଯାଏ ଯହିଁ କଳ୍ପନା କଲମ 

ନିୟତି ନିଅଇ ଶେଷ ନିଷ୍ପତି 

ଲୋଡ଼ା ନାହିଁ ସାକ୍ଷୀ ଲୋଡ଼ା ଦୁଇ ଆଖି 

ପଢି ପାରିବ ଯେ ଅକୁହା ଉକ୍ତି 

ମିଥ୍ୟା ସବୁ ପ୍ରତିଶୃତି 

ଭାଗ୍ୟ ବଳବାନ କର୍ମ ଭଗବାନ 

ତାଙ୍କୁ ବଳିଯିବ କାହାର ଶକ୍ତି।


ଜୀବନ ଯେଉଁଠି ଅପେକ୍ଷାର ରାତି 

ଚିର ଅମାବାସ୍ୟା ଅନ୍ଧାର ତିଥି 

ସ୍ବପ୍ନ ତ ସେଇଠି ପ୍ରିୟତମା ସାଜେ 

ଅନିମନ୍ତ୍ରୀତ ଅଦିନ ଅତିଥି 

କି ହେବ ଶେଷ ନିଷ୍ପତି 

ସ୍ୱୀକାରର ସ୍ବର କରଇ ଚିତ୍କାର 

ଅନ୍ତର ଲେଖଇ ଲୁହର ପଂକ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract