STORYMIRROR

Pranati Panda

Tragedy Classics

4  

Pranati Panda

Tragedy Classics

ନାରୀ ନାରାୟଣୀ

ନାରୀ ନାରାୟଣୀ

1 min
246

ନାରୀ ସବୁଦିନେ ନାରାୟଣୀ ହୋଇ

     ମଣ୍ଡପରେ ଶୋଭାପାଏ,

ମହଣ , ମହଣ  ଗହଣା'ରେ ସାଜି 

     ଧୂପ, ଦୀପେ ପୂଜାପାଏ ।୧।


ଢୋଲ, ମହୁରୀ ର ତାଳେ ତାଳେ ପରା

      ମଣ୍ଡପେ, ମଣ୍ଡପେ ଶୋଭା ,

ଶୁଭ୍ର  କାଶତଣ୍ଡୀ   ଶରତ  ପାର୍ବଣେ

      ମାତା ହୋଇଛନ୍ତି ଉଭା ।୨।


ସହରେ, ସହରେ  ଗ୍ରାମେ ଗ୍ରାମେ ପୂଜା

      ନାରୀ ରୂପେ ନାରାୟଣୀ,

ବୈଷ୍ଣବୀ, ମା ଦୁର୍ଗା  ରୁଦ୍ରାଣୀ , ବ୍ରହ୍ମାଣୀ

      ମାତା ଶକ୍ତି ସ୍ଵରୁପିଣୀ ।୩।


ବହୁ ରୂପେ ନାରୀ  ପୂଜା ପାଇଥାଏ

     ସମାଜର ବେଦୀପ'ରେ ,

ସବୁ କିଛି ଏଠି    ସମ୍ଭବ  ହୁଅଇ

     ମଣ୍ଡପର ଖୋଲାଦ୍ୱାରେ ।୪। 


ନିଃଶବ୍ଦରେ ନାରୀ ମଥାପାତି ସହେ

     ଯୁଗ ଯୁଗର ଆକ୍ରୋଶ ,

ନାରୀ ସବୁଦିନେ  ଲାଞ୍ଛିତା ବଞ୍ଚିତା

     ପକାଇ ଦୀର୍ଘ ନିଶ୍ବାସ ।୫।


ହେଉ ଅବା ସୀତା ହେଉ ସେ ଦ୍ରୌପଦୀ

     କିମ୍ବା ଅହଲ୍ୟା ବା କୁନ୍ତୀ ,

ସବୁକ୍ଷଣେ ନାରୀ  କ୍ଷତାକ୍ତ , ରକ୍ତାକ୍ତ

     ଲାଞ୍ଛନା ତା' କଥା ଗୀତି ।୬।


ନାରୀ ସବୁଦିନେ   ମଣ୍ଡପ  ଉପରେ

     ଧୂପ,ଦୀପ ରେ ପୂଜିତା ,

ଆଉ ଗୃହାଙ୍ଗନେ  ଚଉକାଠ ମଧ୍ୟେ

     ହୁଅଇ ଶତ ଲାଞ୍ଛିତା ।୭।


ସ୍ବାମୀ ଅନୁଗାମୀ ହୋଇ ସତୀ ସୀତା

     ଗଲେ ବନବାସ ସେହି,

ଦ୍ରୌପଦୀ ପୂଜିତା   ବଣ୍ଟା ହୋଇଥିଲେ

    ପଞ୍ଚ ସ୍ବାମୀ ଭୋଗ୍ୟା ହୋଇ ।୮।


କେତେ ବେଳେ ପୁଣି ବଂଶ ରକ୍ଷା ପାଇଁ

     ପରମ ଯୋଗିନୀ କୁନ୍ତୀ ,

ଅଣପୁରୁଷା'ର     ପତ୍ନୀ ଧର୍ମ ପାଳି   

      ସ୍ୱ ଶରୀର ବାଢିଛନ୍ତି ।୯।


କାମନା ଅଗ୍ନିର   ଲୋଲୁପ ଦୃଷ୍ଟିରେ

     ଅହଲ୍ୟା ପାଷାଣୀ ସାଜି ,

ନିଃଶବ୍ଦେ ସହିଛି   ସବୁ ମଥା ପାତି

     ଇତିହାସେ ଲେଖା ଅଛି ।୧୦।


ଶତ ତାଡ଼ନାରେ  ଲାଞ୍ଛନାରେ ନାରୀ

     ତଥାପି ରହିଛି ଚାହିଁ ,

ଅପେକ୍ଷା କରିଛି   ଗୃହ ଅନ୍ତରାଳେ

    ଟୋପାଏ ଆଲୋକ ପାଇଁ ।୧୧।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy