STORYMIRROR

ମିତା ପଟନାୟକ

Abstract Tragedy

3  

ମିତା ପଟନାୟକ

Abstract Tragedy

ନୀଳାମ୍ବରୀର ନୀଳ ସ୍ବପ୍ନ

ନୀଳାମ୍ବରୀର ନୀଳ ସ୍ବପ୍ନ

1 min
200


ଝରକା ସେପଟେ 

ଅସଂଖ୍ୟ ସ୍ବପ୍ନ 

କିଛି ଅଧାଗଢା ଆଉ କଛି 

ଏଇମାତ୍ର ଏନ୍ତୁଡ଼ିଶାଳୁ  

ମୁହଁ କାଢି ଦେଖୁଛନ୍ତି 

ଝଲମଲ କରୁଥିବା 

ଅସରନ୍ତି ଇଚ୍ଛାର ପଟୁଆରକୁ ।


ସେ ବା ଜାଣିବ କେମିତି 

ଏଠି ଇଚ୍ଛା ସବୁ ଶୈଶବରେ ହିଁ 

କରନ୍ତି ସମୂହ ଆତ୍ମହତ୍ୟା 

ଆଗରେ ନିଆଁ ;;

ପଛରେ ପାଣି 

ମଝିରେ ପରା 

ଅଗନାଅଗନି ବନସ୍ତ ।


ଇଚ୍ଛାର ମା କହିଥିଲା 

ଫୁଙ୍କି ଫୁଙ୍କି ବାଟ ଚାଲିବାକୁ 

ହେଲେ ବାଟ ପରା ଏଠି ଖଜୁରୀ ଗଛ 

ଆରମ୍ଭରୁହିଁ ଦଦରା ଆଉ ଅରମା ।

ସବୁ ଅଳିଆ 

ଖୁବ ମସିଆ ;;

ତେଣୁ ମନ ମରିଯାଏ ଅବେଳାରେ 

ଆଉ ସ୍ବପ୍ନ ତା ପଛେ ପଛେ 

ବିଚରା ଇଚ୍ଛା ବା କରନ୍ତା କଣ 

ସେ ବି ବାଟ କାଟେ  

କେତେବେଳେ କେଜାଣି 

ହେଇପାରେ ଏବେ ଆଉ ସେବେ 

ଆଖିର ଆରପାରେ 

ମନର ଅନ୍ଧାରିଆ କୋଣେ ।

ଅଂଧାର ହେଉ ବା ଆଲୁଅ ରେ 

ଆଜି ବା କାଲି 

ଏଠି ଆଉ ସେଠି 

ସବୁଠି ପଡିଛି ହୁରି 

ଇଚ୍ଛାଙ୍କ ସମୂହ ଆତ୍ମହତ୍ୟାର ରୋଚକ ଖବର ।


Rate this content
Log in

Similar oriya poem from Abstract