Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sahadev Behera

Tragedy

3  

Sahadev Behera

Tragedy

ଆହେ ଦୀନବନ୍ଧୁ

ଆହେ ଦୀନବନ୍ଧୁ

1 min
174



( ଆଜି ଜନତା କର୍ଫ୍ୟୁ ଉପଲକ୍ଷେ ଜଗନ୍ନାଥଙ୍କୁ

  ଭକ୍ତିପୂତ ପ୍ରାର୍ଥନା କରୁଛି , କରୋନା ଭୂତାଣୁ

   ବିନାଶ କରି ବିଶ୍ବର କଲ୍ୟାଣ କରନ୍ତୁ )

........................................................

କେମିତି କାଳିଆ  ଦେଖିବି ସେ ରୂପ 

   ଘୋର କଳିକାଳ  ହେଲା

ପହଡ ଫିଟୁନି  ବଡ ଦେଉଳରୁ 

   ଦରଶନ ନ ମିଳିଲା ll 1

   

ବିଶ୍ବାସ ଭରସା  ଗଲାଣି କି ତୁଟି 

    ଅନ୍ୟାୟ ଅନୀତି ବଢେ 

ନୀଳଚକ୍ର ନେତେ  ଲାଗଇ ଅନଳ 

   ଦେଉଳୁ ପଥର ପଡେ ll 2

    

ଗୋବର୍ଦ୍ଧନ ଟେକି  ଗୋପ ରକ୍ଷା କଲ

    ବିନାଶି ଅସୁର ବଂଶ 

ଯୁଗେ ଯୁଗେ ଧର୍ମ ସଂସ୍ଥାପନ ପାଇଁ 

   ଅଧର୍ମ କରି ବିନାଶ ll 3


ଆଜି ଏ ଧରାରେ   ପୋକମାଛି ପରି 

    ମଣିଷ ଯାଉଛି ମରି 

ଏ ପାପ ନର୍କରୁ  ଉଦ୍ଧାର କର ହେ 

   ଜଗନ୍ନାଥ ଦଇତାରୀ ll 4


 କଲା କରମର ଫଳ ଭୋଗୁଅଛି   

      ଦୟାକର ଦୟାନିଧି 

କୃପା ବାରି ତୁମ  ଅଜାଡି ଦିଅ ହେ

     କୃପାସିନ୍ଧୁ କୃପାନିଧି ll 5


ଏତିକି ଗୁହାରି  ଆହେ ଦୀନବନ୍ଧୁ 

     ଭୁଜତଳେ ଆଶ୍ରା ଦିଅ 

କରୋନା ଭୂତାଣୁ  ବିନାଶି ହେ ପ୍ରଭୁ 

     ମାନବ ସୃଷ୍ଟି ବଞ୍ଚାଅ ll 6

     

ଜଗତେ ଉଡଇ  ଉଡୁଛି ଉଡିବ 

    ତୁମ ଯଶ ଖ୍ୟାତି ଧ୍ବଜା 

ଦୀନ ଅକିଞ୍ଚନ  ଭଣେ ସହଦେବ 

    ହାତ ଯୋଡି କରେ ପୂଜା ll 7



Rate this content
Log in

Similar oriya poem from Tragedy