STORYMIRROR

PRITIRANJAN NAYAK

Romance Tragedy

3  

PRITIRANJAN NAYAK

Romance Tragedy

ତୁମରି ପାଇଁ ମୁଁ ନିଃସ୍ଵ ହେଇଗଲି

ତୁମରି ପାଇଁ ମୁଁ ନିଃସ୍ଵ ହେଇଗଲି

1 min
208

ପାଇବା ଆଗରୁ

ହରେଇ ବସିଲି,

ଛୁଇଁବା ଆଗରୁ

ବାସନ୍ଦ ମୁଁ ହେଲି,

ପ୍ରେମ ଖୋଜୁ ଖୋଜୁ

ପ୍ରତାଡିତ ହେଲି,

ତୁମରି ପାଇଁ ମୁଁ 

ନିଃସ୍ୱ ହେଇଗଲି ।


ଚିହ୍ନା ରାସ୍ତାରେ ମୁଁ

ଅଚିହ୍ନା ହୋଇଲି,

ଖ୍ୟାତି ବଦଳରେ

ପରିଚୟ ହରେଇଲି,

ସ୍ନେହ ପ୍ରେମ ବଦଳରେ

କଟାକ୍ଷ ପାଇଲି,

ତୁମରି ପାଇଁ ମୁଁ 

ନିଃସ୍ଵ ହେଇଗଲି ।


ତୁମ କୋଳେ ଯାଇ 

ମୁଣ୍ଡ ଗୁଞ୍ଜିଥିଲି ,

ଶେଷରେ ମୁଁ ସେ

କୋଳ ହରେଇଲି,

ମଥାରେ ସିନ୍ଦୁର ଆଉ କା ପାଇଁ

ଶେଷରେ ମୁଁ ପରା

ତତେ ହରେଇଲି,

ହଁ,ତୁମରି ପାଇଁ ମୁଁ

ନିଃସ୍ଵ ହେଇଗଲି ।


ତୋର ସେ ଆଖିରେ 

ମୁଁ ବୁଡିଥିଲି,

ଅଗଭୀର ଜଳେ

ପ୍ରଶ୍ୱାସରେ ଜଳ

ଅମ୍ଳଜାନ ପାଇଁ

କାନ୍ଦି ମରୁଥିଲି,

ଶେଷେ ବଞ୍ଚିବାର ରାହା

ହରେଇବାସିଲି,

ହଁ,ତୁମରି ପାଇଁ ମୁଁ

ନିଃସ୍ଵ ହେଇଗଲି ।


Rate this content
Log in

Similar oriya poem from Romance