STORYMIRROR

PRITIRANJAN NAYAK

Others

3  

PRITIRANJAN NAYAK

Others

ଅସୁସ୍ଥ ପୃଥିବୀ

ଅସୁସ୍ଥ ପୃଥିବୀ

1 min
11.6K

ପ୍ରକୃତି ହୋଇଛି ବାମା ଲୋ ସଜନୀ

କରୁଛି ତାଣ୍ଡବ ଏଠି,

ଅଜଣା ଅଦୃଶ୍ୟ ଭୂତାଣୁ ଆସି ହେ

ଅଠା ପଡ଼ିଛି ଯେ କାଠି।


ମାତି ମାତି ଆଜି ଗ୍ରାସି ଯେ ଗଲାଣି

ସାରା ପୃଥିବୀ ଆମର,

ସଭିଏଁ ପିନ୍ଧନ୍ତି ମାସ୍କ୍ ମାନ ଯେ

ମନେ ପସିଛି ଯେ ଡର।


ସାଇବରନେଟିକ୍ ଭାରି ବିପଦ ଲୋ

ରଖିଛି ସବୁ ଶକତି,

ନଷ୍ଟ ବିନଷ୍ଟ ଯେ ତାହାରି ହାତରେ

ପ୍ରଭୁ ଶିବ ଙ୍କ ର ମତି ।


ବୈଜ୍ଞାନିକ ଡାକ୍ତର ପୋଲିସ ସଭିଏଁ

ଜନ ସେବା ରେ ଅଛନ୍ତି,

ଲକ୍ ଡାଉନ୍ ଥାଇବି ସେମାନେ

ବୀର ଦର୍ପେ ଲଢ଼ୁଛନ୍ତି।


ପ୍ରକୃତି ମାଆ ର ସରଣେ ପଶିବା

କରିବା ରକ୍ଷା ତାହାର,

ତାହା ସୁରକ୍ଷାରେ ଆମ ସୁରକ୍ଷା ଲୋ

ହେଜିବ ବାର୍ତ୍ତା ମୋହର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍