STORYMIRROR

PRITIRANJAN NAYAK

Romance Tragedy

3  

PRITIRANJAN NAYAK

Romance Tragedy

ଚାଲ୍ ଆମେ ପୁଣି ଥରେ ମିଶିଯିବା

ଚାଲ୍ ଆମେ ପୁଣି ଥରେ ମିଶିଯିବା

1 min
145


ବିଚ୍ଛେଦ ର ଘା ' ରେ ଟିକେ ମଲମ ବୋଳିବା

ଦଲଦଲ ଘା ଟିକୁ ଟିକେ ଶୁଷ୍କ କରିବା,

ତା ' ପରେ,ତା ' ପରେ.......

ଚାଲ୍ ଆମେ ପୁଣି ଥରେ ମିଶିଯିବା।


ଭଙ୍ଗା ଆଇନା ଯୋଡ଼ି ହୁଏନା ସତ

ତଥାପି ଯୋଡିବାର ପ୍ରୟାସ କରିବା,

ସେ ଫଟା ଦାଗକୁ ଭ୍ରୁକ୍ଷେପ ନକରି

ଚାଲ୍ ଆମେ ପୁଣି ଥରେ ମିଶିଯିବା।


ଶାରୁକ ନହେଇ ପୁଣି ଫେରିଯିବା

ସେଇ ଝରଣାର କୁଳୁକୁଳୁ ନାଦ ଶୁଣିବା,

ଶାପଟିକର ସ୍ଵରରେ ନିଜକୁ ହଜେଇଦେବା

ପୂର୍ବ ବତ୍, ଚାଲ୍ ଆମେ ପୁଣି ଥରେ ମିଶିଯିବା ।


ରାଗ ,ଋଷା,ଅଭିମାନ ଭୁଲି

ସମୁଦ୍ରକୁ ନଦୀଟି ଛୁଇଁଲା ଭଳି

ହାଲକା ସ୍ପର୍ଶ କରିବା

ପୂର୍ବ ବତ୍ ,ଚାଲ୍ ଆମେ ପୁଣି ଥରେ ମିଶିଯିବା।


ସେ ସମୁଦ୍ର କୂଳରେ ବସି

ଲହଡ଼ି ର କୂଳ ସ୍ପର୍ଶ ଦେଖିବା,

କୂଳରୁ ଶୁଭ୍ର ଫେଣ ବି ତୋଳିବା

ଆଉ ପୂର୍ବ ବତ୍ ଫିଙ୍ଗା ଫିଙ୍ଗି ବି ହେବା

ଚାଲ୍, ଆମେ ପୁଣି ଥରେ ମିଶିଯିବା।


ବିଚ୍ଛେଦ ବିରହ ସହି ହଉନି

ଜଳି ଯାଉଛି ,ଆଉ ମନେ ପଡୁଛି

ସେ ଦିନର ପ୍ରତ୍ୟେକ ମୁହୂର୍ତ୍ତ

ମନେ ପଡେ ବିନା ଲକ୍ଷ୍ୟରେ ବୁଲିବା,

ଏଇ, ଚାଲ ନା ଆମେ ପୁଣିଥରେ ମିଶିଯିବା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance