STORYMIRROR

PRITIRANJAN NAYAK

Inspirational

3  

PRITIRANJAN NAYAK

Inspirational

ନା ମୁଁ ଭୀମ ହେବିନି

ନା ମୁଁ ଭୀମ ହେବିନି

1 min
330



ବଳଶାଳୀ ଶକ୍ତିଶାଳୀ

       ଶହେ ହାତୀର ବଳ ଧରି

ଲଢେଇ ରେ ତା ସମ କେହି ନାହିଁ

   ଯୁଦ୍ଧରେ କେବେ ସେ ଯିବନି ହାରି ।


ନାରାୟଣାସ୍ତ୍ର କ୍ଷେପି ଅଶ୍ୱଥମା 

       ଯେବେ ଥରେଇଲା ଯୁଦ୍ଧ ଭୂମି

ବୀର ଭୀମ ଯୁଦ୍ଧ ନରୋକି ପୁଣି

       ମଥା ଟେକି ଯୁଦ୍ଧ କଲା ଜାଣି।


କୃଷ୍ଣ ବୁଝେଇଲେ ଭୀମଙ୍କୁ ସହସା

        ନମ୍ର ହୋଇ ହୁଅ ସମର୍ପିତ 

ବୁଝିଲେନି ଭୀମ ଲଢେଇ କରିଲେ

       କଲେ ନାହିଁ ଜମା ମଥାନତ।


ଅଧର୍ମ ଜିତିଥାନ୍ତା ସେଦିନ ନିଶ୍ଚିତ

         ହରେଇ ଧର୍ମର ଭାବକୁ,

ଯଦି ମହା ଶକ୍ତି ସହ ଲଢ଼ିଥାନ୍ତେ

         ନମାନି କୃଷ୍ଣଙ୍କ ବାର୍ତ୍ତାକୁ।


ନା ମୁଁ ଆଜି ପାଇଁ ଭୀମ ହେବି ନାହିଁ

       ଯିବି ନାହିଁ କରୋନା ସହ ଲଢ଼ି,

କରୋନା ପଡିକି ରାସ୍ତାରେ ମରିବ

       ନିମନ୍ତ୍ରଣ ଦେବି ନାହିଁ ତାକୁ ମାଡ଼ି।


ସେଦିନ ଭଳି ମୁଁ ମଥା ନୁଏଁଇ ବି

         ରହିବି ମୋ ଘର ଭିତରେ,

କରୋନା ଯୁଦ୍ଧରେ ନିଶ୍ଚୟ ଜିତିବି

        ଜଗା ଅଛି ମୋ ସାଥିରେ।


ଚାଲନ୍ତୁ ଆମ ଲଢେଇକୁ ସଫଳ କରିବା।

ମିଳିମିଶି ସାମାଜିକ ଦୂରତା ରକ୍ଷା କୁ ସମର୍ଥନ ଦେଇ ନିଜ ଘରେ ନିଜକୁ ଆବଦ୍ଧ କରିବା ,ନିଜକୁ ଆଉ ନିଜ ପରିବାରକୁ ବଞ୍ଚେ଼ଇବା ।ଜୟ ଜଗନ୍ନାଥ।  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational