STORYMIRROR

PRITIRANJAN NAYAK

Inspirational

3  

PRITIRANJAN NAYAK

Inspirational

ଶାଶ୍ବତ ପ୍ରେମର ରଙ୍ଗ

ଶାଶ୍ବତ ପ୍ରେମର ରଙ୍ଗ

1 min
1.0K

ପ୍ରଥମ ଶାଶ୍ବତ ପ୍ରେମର ରଙ୍ଗ

ନାଲି ନାଲି ଦିଶୁଥିଲା,

ଅନ୍ତଫାଡି ଯେବେ ମା ମୋହର

ଜନ୍ମ ମତେ ଦେଇଥିଲା।


ଦ୍ଵିତୀୟ ଶାଶ୍ବତ ପ୍ରେମର ରଙ୍ଗ

ଧଳା ଧଳା ଦିଶୁଥିଲା,

ନିଜ ବକ୍ଷୋଜ ରୁ ଅମୃତ ଝରେଇ

ମୋ ଉଦର ଭରୁଥିଲା।


ତୃତୀୟ ଶାଶ୍ବତ ପ୍ରେମର ରଙ୍ଗ

ତା ଶାଢ଼ୀର ରଙ୍ଗ ଥିଲା,

ଦୁନିଆର ସବୁ କ୍ଲିଷ୍ଟ ସମୟେ

ତା ତଳେ ଲୁଚଉଥିଲା।


ଏ ଚିରନ୍ତନ ପ୍ରେମ ଶାଶ୍ବତ ହୋଇଛି

ମାଆ ଓ ଛୁଆ ଭିତର,

ଯୁଗ ଯୁଗ ପାଇଁ ଧନ୍ୟ ସେଇ ମାଆ

ପ୍ରେମ ତୋ ରୁହେ ଅମର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational