STORYMIRROR

PRITIRANJAN NAYAK

Inspirational

4  

PRITIRANJAN NAYAK

Inspirational

କନ୍ୟା ଭୃଣର ପ୍ରାର୍ଥନା

କନ୍ୟା ଭୃଣର ପ୍ରାର୍ଥନା

1 min
289

କେଉଁ ଗୁଣସୂତ୍ର ନିଷେଚନ ହେବ 

ମାତା କି ପିତା ଜାଣେନା,

ପୁତ୍ର ଗୁଣସୂତ୍ର କି କନ୍ୟା ଗୁଣସୂତ୍ର

ଏକଥା କେହି ଜାଣେନା।


ବିଜ୍ଞାନ ଯୁଗରେ ଯନ୍ତ୍ରପାତି ବୃଦ୍ଧି

ଜ୍ଞାନ କୌଶଳର ପରିପୃଷ୍ଟ,

ଭେଷଜ ବିଜ୍ଞାନ ଭୃଣ ପରୀକ୍ଷାକୁ

ଅବୈଧ ଥାଇ ବି ହୁଏ ନଷ୍ଟ।


କନ୍ୟାଭୃଣ ବୁକୁ ଫଟେଇ କାନ୍ଦୁଛି

ରକ୍ଷାକର ମତେ ରକ୍ଷାକର,

କୁମ୍ଭୀର କାନ୍ଦଣା ସମାଜ କାନ୍ଦଇ

ଶୁଣେନା କେବେ ବି ତା ଚିତ୍କାର।


କନ୍ୟାଭୃଣ କହେ ପିତା ମୁଖ ଚାହିଁ

କାହିଁ କର ଏଡ଼େ ଅବିଚାର,

ତୁମେ ପରା କେଉଁ ମା ଠୁ ଜନମ

ଏତେ ପ୍ରେମ ତାକୁ ତୁମେ କର!


ଆକୁଳବିନତି କରେ ପିତା ପଦ୍ମେ

ଶୁଣ ହେ ଗୁହାରୀ ମୋର ଥରେ,

ଭଗ୍ନୀ ହାତ ରାକ୍ଷୀ ଖୋଜ ପରା ତୁମେ

ନାରୀ ପରା ସିଏ ଭାବ ଥରେ।


କାହିଁକି ପିତା ହେ ଏଡ଼େ ଅବିବେକି

ହେଉଅଛ ପୁଣି ମୋ ପାଇଁ,

ଜନମ ପୂର୍ବରୁ ତଣ୍ଟି ଚିପି ହତ୍ୟା

ଏତେ କଷ୍ଟ ଦିଅ କେଉଁ ପାଇଁ?


ପୁତ୍ର ପୁତ୍ରି ପରା ସମାନ ବାପା ହେ

କାହିଁ ଏ ସମାଜ ଏକି କରେ?

ପିତା ମୁଖେ ଅଗ୍ନି ଦେବା ପାଇଁ କାଳେ

ପିତା ପୁତ୍ର ଜନ୍ମ ଖୋଜ କରେ ।


ହେ ପିତା ମୋହର ଘେନ ନମସ୍କାର

ବୁଝ ମୋର ଟିକେ ମନ କଥା,

ମଲା ପରେ ସୁଖ ନିଆଁରେ କି ଥାଏ

ଜିଇଁ ଥିଲାବେଳେ ଲଘେ ବ୍ୟଥା।


ଏତେ ଭଲ ପାଓ ପତ୍ନୀ କୁ ତୁମର

କୁହ ପରା ତାଙ୍କେ ଅର୍ଦ୍ଧାଙ୍ଗିନୀ,

ସିଏ ବି ତା ନାରୀ ସୃଷ୍ଟି ସର୍ଜାକାରୀ

ମୋତେ କାଇଁ କର ଅଭାଗିନୀ?


ତୁମ ପାଶେ ମୋର ଏତିକି ବିନତୀ

ବୁଝିବା ରଖିବା ମୋର କଥା,

ଜନମ ଦେଇଣ ଜୀବନ ଦେବ ହେ

ନାରୀ ଜନ୍ମ ନୁହେଁ କେବେ ବ୍ୟଥା।


କନ୍ୟାଭୃଣ ପୁଣି ମୁହଁ ବୁଲେଇଲା

ଚାହିଁଲା ମାଆ ର ମୁଖ,

କାନ୍ଦ କାନ୍ଦ ଆଖି ଲୋତକ ଭରିଛି

ହଜି ଯାଇଅଛି ତାର ସୁଖ।


ଜନନୀ ଗୋ ତୁମେ ରକ୍ଷାକର ମୋତେ

ତୁମରି ଔରସୁ ହେବି ଜାତ,

ନାରୀଟିଏ ହୋଇ କାହିଁକି ରୋକୁନ

କାହିଁକି କରୁଛ ମଥାନତ?


ଭାବ ଥରେ ତୁମ ପିତା କଥା ମାତେ

ଭାବ ଥରେ ତୁମ ମାତା କଥା,

ସେମାନେ ଯଦି ହତ୍ୟା କରିଥାନ୍ତେ

ଶୁଣି ନ ଥାଆନ୍ତ ମୋର ଗାଥା।


ଶୁଣ ଗୋ ମା,ହେଜ ମୋ ଗୁହାରୀ

ରକ୍ଷାକର ତୁମେ ରକ୍ଷାକର,

ତୁମ କୋଳେ ମତେ ବଢ଼ିବାକୁ ଦିଅ

ତିମିରରୁ ଟିକେ ପାରିକର।


ଆଲୋକ ଦେଖିବି ସଂସାରେ ବଞ୍ଚିବି

ବଢିବି ହୋଇଣ ତୁମ କଢ଼ି,

ସଂସାର ଜୀବନ ଟିକେ ମୁଁ ବୁଝିବି

ବଞ୍ଚାଅ ମୁଁ ଦିନେ ଯିବି ଲଢି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational