STORYMIRROR

pranati Mahapatra

Tragedy Others

3  

pranati Mahapatra

Tragedy Others

ସାହା ତ ଉପରବାଲା

ସାହା ତ ଉପରବାଲା

1 min
233


ମନ୍ଦିର ମସଜିଦ ଗୀର୍ଜା ଗୁରୁଦ୍ଵାର ସବୁଠି ପଡିଛି ତାଲା,

ମଣିଷ ହାତରେ କିଛି ନାହିଁ ଯାହା କରିବ ଉପରବାଲା।


ନିଜ ବୁଦ୍ଧି ପାଇଁ ଏ ମଣିଷ ସଦା ଅହଂକାର କରୁଥିଲା,

ଟେକ୍ନୋଲୋଜି ଆଜି ହାରି ଯାଇଅଛି ସାହା ସେ ଉପରବାଲା।


ରେ ମଣିଷ, କିଛି ଶିଖ

ଧର୍ମ କର୍ମ ମାନି ଚଳିଲେ ମୁଖେ ଫୁଟି ଉଠିବ ହସ,

ନହେଲେ ପଡିବ ସବୁଦିନ ପାଇଁ ହାତଗୋଡେ ତୋର ତାଲା।


ସାହା ତ ଉପରବାଲା।

ମନ୍ଦିର ମସଜିଦ...


ମାଆତ ଖୋଜେନି ମମତା ପାଖରେ ମଣିଷ ପଶୁ ପ୍ରଭେଦ,

ରୋଗଜୀବାଣୁ ଓ ଇଶ୍ଵର ପାଖରେ ଅଛି କି ସେହି ବିଭେଦ।


ନିଜ ଖୁସି ନିଜ ପ୍ରତିଷ୍ଠା ପାଇଁ ଏ ମଣିଷ ଭିଆଏ ସବୁ,

ସେ ଭିଆଣ ଦେଖ ବୁମେରାଂ ସାଜି କରିଛି ତାକୁ କାବୁ।


ରେ ମଣିଷ, କିଛି ଶିଖ


ଧର୍ମ କର୍ମ ମାନି ଚଳିଲେ ମୁଖେ ଫୁଟି ଉଠିବ ହସ,

ନହେଲେ ପଡିବ ସବୁଦିନ ପାଇଁ ମୁହଁରେ ତୋର ତାଲା।

ମନ୍ଦିର ମସଜିଦ...


ବୁଦ୍ଧି ବିବେକ ସବୁବେଳେ ଦାନପରା ଅଟେ ସେ ସୃଷ୍ଟିକର୍ତ୍ତାଙ୍କର,

ସତ୍ୟ ନ୍ୟାୟ ଧର୍ମ ପଥେ ଗଲେ ନିଶ୍ଚେ ହୋଇବୁ ପ୍ରିୟ ତାଙ୍କର।


କରୋନା ଇବୋଲା ପରି ମାରାତ୍ମକ ମହାମାରୀ କରେ ଗ୍ରାସ,

ରହିବ କି ତୋର ଏମିତି ବଡେଇ ହସିବୁ କି ଖୁସି ହସ।


ରେ ମଣିଷ, କିଛି ଶିଖ

ଧର୍ମ କର୍ମ...

ନହେଲେ ପଡିବ...


ମନ୍ଦିର ମସଜିଦ...


ମଣିଷ ହୋଇ ଦିବ୍ୟଜ୍ଞାନ ପାଇ ପଶୁ ଭଳି ଆଚରିଲା,

ମାଆର ସତୀତ୍ଵ ରାଜରାସ୍ତା ପରେ ହସି ହସି ଲୁଟିନେଲା।


ଦୟା କ୍ଷମା ଭୁଲି ପଶୁପକ୍ଷୀଙ୍କୁ ଯେ ଜୀବନ୍ତ ଦଗ୍ଧ କଲା,

ମହାମାରୀ ଭଳି ଭୂତାଣୁ ତାର ଜ୍ଞାନ ଉଦୟ କଲା।


ରେ ମଣିଷ, କିଛି ଶିଖ


ଧର୍ମ କର୍ମ ମାନି ଚଳିଲେ ମୁଖେ ଫୁଟି ଉଠିବ ହସ,

ନହେଲେ ପଡିବ ସବୁଦିନ ପାଇଁ ମୁହଁରେ ତୋର ତାଲା।


ମନ୍ଦିର ମସଜିଦ ଗୀର୍ଜା ଗୁରୁଦ୍ଵାର ସବୁଠି ପଡିଛି ତାଲା,

ମଣିଷ ହାତରେ କିଛି ନାହିଁ ଯାହା କରିବ ଉପରବାଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy