ଅଭାବୀ ମଣିଷ
ଅଭାବୀ ମଣିଷ
ମାଟିର ମଣିଷ ଅଭାବ କଷଣେ
ନ ମରୁ ସଢି ଭୋକରେ
ରୁଟିର ଟୁକୁଡ଼ା ଖଣ୍ଡିକ ପାଇଁ କି
ନ ବୁଲୁ ବାର ଦୁଆରେ ।
ଗଳିକନ୍ଦି ରାସ୍ତା ମନ୍ଦିର ସମୀପେ
ରେଳଷ୍ଟେସନ ବଜାରେ
ପାତୁଛି କାଙ୍ଗାଳ ଶିରାଳ ହାତକୁ
ମାଗୁଛି ପେଟ ବିକଳେ ।
ପେଟ ଚାଖଣ୍ଡକ ପୋଷିବା ନିମନ୍ତେ
ଖଟୁଛି କିଏ ଦାଦନ
ଜନମ ମାଟିକୁ ମୁରୁଛି ଯାଉଛି
ଭୋଗୁଛି ନାନା କଷଣ ।
ଅଭାବୀ ମଣିଷ ହେଉ ସ୍ୱ।ବଲମ୍ବୀ
ଗରିବ ଆତ୍ମନିର୍ଭର
ଅସହାୟ ବୃଦ୍ଧ ବିକଳାଙ୍ଗ ପାଉ
ସୁଲଭ ରନ୍ଧା ଆହାର ।
ନିରାପଦ ହେଉ ଗରିବ ଆବାସ
ନିର୍ଭୟ ହେଉ ଜୀବନ
ରୋଗ ଓ ବିପଦେ ନ ହେଉ କାତର
ଲଭୁ ସେବା ଆଶ୍ୱ।ସନ ।
ଜୀବନ ଧାରଣ ମୈ।ଳିକ ସୁବିଧା
ଖାଦ୍ୟ ବସ୍ତ୍ର ବାସଗୃହ
ହେଉ ସୁନିଶ୍ଚିତ ସୁଲଭେ ପ୍ରାପତ
ମାନବୀୟ ଅଧିକାର ।
ଶୁଦ୍ଧ ପେୟ ଜଳ ଶିକ୍ଷା ଦୀକ୍ଷା ସ୍ୱ।ସ୍ଥ୍ୟ
ସେବା ସମାଜ କଲ୍ୟାଣ
ଫଳପ୍ରଦ ଭାବେ ଗୋଷ୍ଠୀ ଜୀବନରେ
ଲୋଡଇ କାର୍ଯ୍ୟାନ୍ୱୟନ ।
ବାସ୍ତବାଭିମୁଖୀ କାର୍ଯ୍ୟକ୍ରମେ ବଢୁ
ଉପଭୋକ୍ତା ଭାଗିଦାରୀ
ଜନ ସହଯୋଗ ଉଦ୍ୟମ ସଫଳେ
ଯୋଜନା ମଙ୍ଗଳକାରୀ ।
------
