STORYMIRROR

Sukadev Mahanta

Romance Tragedy

3  

Sukadev Mahanta

Romance Tragedy

ଅସ୍ତଗାମୀ ସୂର୍ଯ୍ୟ ମୁହିଁ

ଅସ୍ତଗାମୀ ସୂର୍ଯ୍ୟ ମୁହିଁ

1 min
212


ଅସ୍ତଗାମୀ ସୂର୍ଯ୍ୟ ମୁହିଁ       କିଛି ମାଗୁନାହିଁ ମୁହିଁ 

              ତୁମରି ନିକଟେ ମୋର ଏତିକି ଦାବୀ

ଲୁଚାଇ ଦେବ ଗୋ ତୁମେ      ମନ ଗଗନରୁ ତୁମ 

              ସୁନ୍ଦର ସେ ରମ୍ୟ ଇନ୍ଦ୍ରଧନୁର ଛବି

                    ତୁମ ମନ ଆକାଶେ ଉଇଁ

           ଶାନ୍ତ କାନ୍ତ ଜହ୍ନ ନେବ ମନକୁ ମୋହି || 



ଏ ରବିକୁ ଭୁଲିଯିବ         ତାକୁ ମନ ଦେଇଦେବ

          ତାହାର ସେ ସୁଶୀତଳ ଜୋଛନା ପାଇ 

ନିଶାଗମେ ଅନ୍ଧକାରେ    ଖୋଜିବ କାହିଁ ଦିବାକରେ

           ପ୍ରସ୍ତୁତି କରିବ ତୁମେ ଅନ୍ୟ କା' ପାଇଁ 

                 ପ୍ରଦୀପର  କ୍ଷୀଣ  ଆଲୋକେ

          ହାତେ ଧରି ବସାଇବ କୋମଳ ଅଙ୍କେ ||



ଉଇଁଥିଲି ଦିନେ ମୁହିଁ        ଆଶାର କିରଣ ନେଇ

             ନାଶ କରି ଅନ୍ଧକାର ଜୀବନେ ତୁମ

ଶେଷେ ପରାଜିତ         ହୋଇ ବିଦାୟ ନେଉଛିମୁହିଁ

             ନେଇ ଯେତେ ଅପାସୋରା ସ୍ମୃତିକୁ ତୁମ

         ତୁମେ ନାୟିକା ଆଉ କା'ର 

               ଚାଲିଯାଉଛି ଗୋ ମୁହିଁ ଆସେ ଅନ୍ଧାର ||



ପକ୍ଷୀପଲ ମହୋଲ୍ଲାସେ     ନିଡେ ଫେରେ ଦିବା ଶେଷେ 

          ସଭିଏଁ ଫେରନ୍ତି ଗୃହେ କାର୍ଯ୍ୟର ଶେଷେ

ନଦୀ ହୋଇ ତରତର        ମନେ ପ୍ରୀତି ଅଭିସାର 

         ପ୍ରବାହିତ ହୋଇ ଶେଷେ ସାଗରେ ମିଶେ

           ସାଗରର ପ୍ରୀତି ପରଶେ

         ତା ଲହରୀ ଦେହେ ଲୋଟେ ମନ ହରଷେ ||



ଫେରି ଆସନ୍ତି ସ୍ୱସ୍ଥାନେ        ଗୃହକଥା ଭାବି ମନେ 

            କର୍ମଜୀବୀ ନରନାରୀ ପ୍ରାଣୀ ସକଳେ

କର୍ମ ମୋ ହୋଇଲା ବାମ        ଛାଡିଯିବି ପ୍ରିୟତମ

              ମନୋହର ସ୍ଥାନ ନୀଳଗଗନ କୋଳେ 

                   ମୋ ସକଳ ଶକ୍ତି ଦେଇଣ

        ଅନ୍ଧକାରେ ଚାଲିଯିବି ହୋଇ ନିର୍ଦ୍ଧନ ||



ବିଦାୟ ବେଳରେ ଆଜି        ଦିଅ ଗୋ ମେଲାଣି ସାଜି

            ଦେଖିନିଏ ଶେଷଥର ରୂପ ସୁନ୍ଦର

 ଦେଇ ମୋ ସକଳ ଧନ         ହୋଇଛି ନିଃସ୍ୱ ନିର୍ଦ୍ଧନ

            ସନ୍ନ୍ୟାସେ ଯାଉଛି ମୁହିଁ ପଥେ ମୋହର

                    ଏ ବିଦାୟ କଷ୍ଟ ଦାରୁଣ

               ସହି ମୁହିଁ ପାରୁନାହିଁ ବିକଳ ପ୍ରାଣ || 


ତୁମ ମୁଖମଣ୍ଡଳର           ରୂପ କାନ୍ତି ସ୍ମୃତି ମାନ

                 ତିଳ ତିଳ ଜାଳୁଅଛି ମୋହୃଦ ପ୍ରାଣ 

ଏ କଥା ଆସେ ମନକୁ         ଆସିବିନି  ଆକାଶକୁ 

             ଜହ୍ନ ପ୍ରଦୀପ ଭରିବେ ମୋର ଏ ସ୍ଥାନ 

                ଦିଅ ପ୍ରିୟେ ମୋତେ ମେଲାଣି

         ଜହ୍ନ ଆସି ଠାରିଲାଣି ସଞ୍ଜ  ହେଲାଣି ||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance