STORYMIRROR

Kshitish Jena

Abstract Romance Inspirational

3  

Kshitish Jena

Abstract Romance Inspirational

ପ୍ରେମର ରଙ୍ଗ

ପ୍ରେମର ରଙ୍ଗ

1 min
185


ଚାହୁଁ ଚାହୁଁ ଗୋଟେ ବରଷ ବିତିଲା

ଜଣାପଡୁନାହିଁ ଭାଇ

କାଲି ଭଳି ପୁଣି ଦୋଳ ଆସିଗଲା

ପାଳିବାରେ ଖୁସି ହୋଇ ।

ଗୋପାଳ ଭାଇଙ୍କ ଇଷ୍ଟଦେବାଦେବୀ

ରାଧାକୃଷ୍ଣ ପରା ଦୁହେଁ

ଦୋଳରେ ପୂଜିବେ ଦୁଇ ଠାକୁରଙ୍କୁ

ପବିତ୍ର ଅନ୍ତରେ ସିଏ ।

ପଳାଶ ଫୁଲଯେ ଫୁଟି ଚଉଦିଗ

ଦୋଳକୁ ସ୍ଵାଗତ କରେ

କାହ୍ନୁ ସାଥେ ପୁଣି ରାଧା ଦୋଳି ଖେଳି

ବାହାରିବେ ବିମାନରେ ।

ସାହିର ବିମାନ ସଜ୍ଜାତ ହେଲାଣି 

ହେବ ମୋ ଗାଁ ମେଲଣ

ଦୂର ଦୂରାନ୍ତର ବନ୍ଧୁଙ୍କୁ ଭେଟିବା

ମେଲଣେ ହେବ ମିଳନ।

ସଂକୀର୍ତ୍ତନ ତଥା ନାଚଗୀତରେ ଯେ

ମଜ୍ଜି ଯିବା ପରା ପୁଣି 

ଫଗୁ ପରି ଦୋଳେ ପରସ୍ପର ପ୍ରତି

ସ୍ନେହ ପ୍ରେମ ଦେବା ବୁଣି ।

ଦୋଳ ପରଦିନ ହୋଲି ଆସିଥାଏ

ଖୁସି ମନେ ରଙ୍ଗ ଖେଳି

ନିଜ ପର ଭୁଲି ଯାହାକୁ ଭେଟିବା

କହିବାରେ ହାପି ହୋଲି ।

ଭଲ ଲାଗେ ଦେଖି ପ୍ରେମର ରଙ୍ଗକୁ

କାହ୍ନୁ ରାଧା ମୁଖେ ବୋଳି

ସ୍ମିତହସ ସହ ରାଧା କାହ୍ନା ସାଥେ

ଠିଆ ହୋଇଥା'ନ୍ତି ଢଳି ।

ସ୍ନେହ ଓ ପ୍ରେମର ଗଭୀରତା କେତେ

ସତରେ ମାପିହୁଏନି

ପବିତ୍ର ହୋଲିରେ ପ୍ରେମର ରଙ୍ଗରେ

ହେବାରେ ଆମେ ରଙ୍ଗୀନ୍‌।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract