STORYMIRROR

shaikh mozahid mahatab

Romance

3  

shaikh mozahid mahatab

Romance

ରଙ୍ଗ ଅବିର

ରଙ୍ଗ ଅବିର

1 min
156

ଫଗୁ ଖେଳିବାକୁ ପ୍ରିୟାକୁ ଡାକିଛି

ଆସିବ ବୋଲି ସେ କହିଛି 

ସାତ ରଙ୍ଗକୁ ସଜେଇ ରଖିଛି

ପ୍ରୀତିରଙ୍ଗେ ମନ ରହିଛି 

ମନ ଆଜି ଅଭିମାନୀ ସାଜିଛି

ତା ଆସିବା ବାଟକୁ ଚାହିଁଛି...


ପୁଣି ଫଗୁଣ ବି ରଙ୍ଗ ନେଇ ଫେରିଛି 

ବୋଳିବାକୁ ପ୍ରେମ ରଙ୍ଗ ସଭିଙ୍କ ମନରେ

ପୁରୁଣା ସ୍ମୃତିକୁ ସତେଜ କରାଇ 

ଯୋଡ଼ି ହୁଏ ବାନ୍ଧି ହୁଏ ପ୍ରେମ ଡୋରୀ ।


ରଙ୍ଗ ଖେଳିବାକୁ ପସନ୍ଦ କରୁନଥିବା ମୁଁ

ରଙ୍ଗ ଖେଳିବାକୁ ପାଗଳ ଥିବା ତୁମେ 

ପରସ୍ପରକୁ ଟିକେ ରଙ୍ଗ ଲଗେଇବା ଆଉ

 ପରସ୍ପରର ରଙ୍ଗରେ ରଙ୍ଗେଇ ଯିବାକୁ

ଅପେକ୍ଷା କରିଥିବା ଆମେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance