ଗୁରୁଦେବାୟ ନମଃ
ଗୁରୁଦେବାୟ ନମଃ
ଆଦର ଯତନ ସ୍ନେହ ପାଇ ତୁମ
ସୂକ୍ଷ୍ମ ଚାରା ହୁଏ ଦ୍ରୁମ
କୌତୁହଳ କରି ଶିକ୍ଷା ଦିଅ ଯାହା
ଭେଦ କରେ ଶିରମର୍ମ ।
ନୁହଁ ତୁମ୍ଭେ ନର ସାକ୍ଷାତ ଈଶ୍ୱର
ଅଟ ତୁମ୍ଭେ ଶକ୍ତିମାନ
ମାତା ପିତା ପରେ ତୁମେ ହିଁ ତ ଅଟ
ଧରା ଧାମେ ଭଗବାନ ।
ମାଆଙ୍କ ଆଦର ବାପାଙ୍କ ଶାସନ
ସବୁ ତ ତୁମରି ପାଶେ
ତୁମରି ଆଦର୍ଶ ତ୍ୟାଗ ପୂତ ଛବି
ହୃଦୟ ସରରେ ଭାସେ ।
ତୁମ ଆଶୀର୍ବାଦ ପାଇ ଗୁରୁ ହେ
ପଙ୍ଗୁ ବି ଲଙ୍ଗୁଛି ଗିରି
ତୁମ ଶୁଭାଶିଷ ପାଇ ଆମେ
ବନିବା ଅବଦୁଲ କଲାମଙ୍କ ପରି l
ଯେତେ ପୂଜା କଲେ ତୁମ ପୂଜାଠୁ
କାହୁଁ କେ ବଳିଯିବ
ତୁମେ ଅଟଇ ବିଦ୍ୟାର ସାଗର
ସତେକି ସାକ୍ଷାତ ଈଶ୍ୱର l
