ସ୍ୱାର୍ଥ
ସ୍ୱାର୍ଥ
ପତ୍ରଝଡା ଦେଇ ଫଳ ଶୂନ୍ୟ ହେଲେ
ପକ୍ଷୀ ସେ ଗଛକୁ ଛାଡନ୍ତି ।
ଜଳ ଶୂନ୍ୟ ହୋଇ ପୋଖରି ଶୁଖିଲେ
ପ୍ରାଣୀ ତାକୁ ତ୍ୟାଗ କରନ୍ତି ।
ଫୁଲ ମଉଳି ଜାଉଁଳି ପଡିଲେ
ଭ୍ରମର ଏଡାଇ ଦିଅନ୍ତି ।
ବଣ ପୋଡିଗଲେ ବନ୍ୟଜନ୍ତୁ ମାନେ
ସେ ବଣକୁ ମୁହଁ ମୋଡ଼ନ୍ତି ।
ସ୍ବାର୍ଥପର ଏଇ ଦୂନିଆଟା ବନ୍ଧୁ
ସ୍ୱାର୍ଥପର ସବୁ ହୁଅନ୍ତି ।
ସ୍ବାର୍ଥ ସରିଗଲେ ଏଦୁନିଆରେ
କିଏ କାହାର ନୁହନ୍ତି ।