STORYMIRROR

Kabiratna Nutan Kumar Behera

Romance Classics Inspirational

3  

Kabiratna Nutan Kumar Behera

Romance Classics Inspirational

ଦୋଳ ପୂର୍ଣ୍ଣିମା

ଦୋଳ ପୂର୍ଣ୍ଣିମା

1 min
175


ଋତୁରାଜ ଭ୍ରମି କ୍ରମେ    ଆସିଛି ଏ ଧରାଧାମେ

   ନବ ରୂପେ ଶୋଭାମୟୀ ଦିଶେ ପ୍ରକୃତି,

ଫୁଲରେ ହସେ ଫଗୁଣ   କୋଇଲିର କୁଉ ତାନ

   ମନେ ପ୍ରାଣେ ଭରିଯାଏ ଅମୀୟ ପ୍ରୀତି,

        ନୟନ ନିରେଖି ତନ୍ମୟ

    ଆନନ୍ଦ ରବେ ପୁଲକି ଉଠେ ହୃଦୟ।୧।

ଫାଲଗୁନର ପୂର୍ଣ୍ଣିମା      ଅପୂର୍ବ ତାର ମହିମା

    ଦୋଳ ଯାତେ ରଙ୍ଗମୟ ହୁଏ ଦୁନିଆଁ,

ରାଧାକୃଷ୍ଣ ବେନି ପ୍ରେମ   ସଂସାରରେ ଅନୁପମ

   ରଙ୍ଗରେ ରଙ୍ଗ ଖେଳି ରଙ୍ଗେ ରଙ୍ଗମୁହାଁ,

       ନିତ୍ୟ ରାସର ଏ ନମୁନା

    ଉଲ୍ଲସିତେ ବୁହଇ ଜୀବନ ଯମୁନା।୨।

ବିମାନେ ଯୁଗଳମୂର୍ତ୍ତି    ଦେଖି କରୁ ଭକ୍ତି ସ୍ତୁତି

    ଲଭିବାକୁ ଆଶୀର୍ବାଦ କରୁ ପ୍ରାର୍ଥନା,

ମାନବ ଜୀବନେ ଆମ  ଆସୁ ଶାନ୍ତି ସୁଖ ପ୍ରେମ

    ପବିତ୍ର ମନରେ କରୁ ପୂଜା ଅର୍ଚ୍ଚନା।

       ଶ୍ରୀଚରଣେ ନେଉ ଶରଣ

    କରିବାକୁ ପାର୍ଥିବ କମନା ପୂରଣ।୩।

ବିମାନେ ବସାଇ ତାଙ୍କୁ  ନେଉ ଯେ ପ୍ରତି ଘରକୁ

   ଖେଳି ହୋଲି ସବୁସାଙ୍ଗ ସାଥୀର ମେଳେ,

ଭଜନକୀର୍ତ୍ତନ ସଙ୍ଗେ  ରଙ୍ଗବୋଳି ଅଙ୍ଗେଅଙ୍ଗେ

    ନାଚି ନାଚି ପରିକ୍ରମା କରୁ ସକଳେ।

       ପବିତ୍ର ଏ ଦୋଳ ପୂର୍ଣ୍ଣିମା

   ହସ ଖୁସି ଆନନ୍ଦର ନଥାଏ ସୀମା।୪।

ରାଧାକୃଷ୍ଣଙ୍କ ମିଳନ     ଦେଖି ପବିତ୍ର ନୟନ

   ଅନାବିଳ ପ୍ରେମର ସେ ଦୁହେଁ ପ୍ରତୀକ,

ସଂସାରରେ ଏ ଜୀବନ   ମାତର ଅଢେଇ ଦିନ

    ମୁକତି ନାହିଁ ପ୍ରେମ ଭକ୍ତି ବ୍ୟତିରେକ,

       ହୃଦୟରେ କଲେ ଧାରଣା

   ସୁପଥରେ ଚାଲିବାକୁ ମିଳେ ପ୍ରେରଣା।୫।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance