ସାତ ରଙ୍ଗ
ସାତ ରଙ୍ଗ


ଇନ୍ଦ୍ର ଧନୁ ପରି ତୋ ଜୀବନେ ସାତ ରଙ୍ଗ ଆସୁ
ଫୁଲ ପରି ମହକି ତୋ ଜୀବନ ଦିବା ନିଶି ବାସୁ ।
ଫଗୁଣର ଅବିର ତୋ ଦେହ ରେ ଲାଗି ଯାଉ
ଆକାଶ ରୁ ସାତ ରଙ୍ଗ ତୋ ଦେହ ରେ ବର୍ଷି ଯାଉ ।
ନାଲି ରଙ୍ଗରେ ତୋ ହାତ ରଙ୍ଗୀନ ହୋଇ ଥାଉ
ହଳଦିଆ ରଙ୍ଗରେ ତୋ ଦେହ ସୁନ୍ଦର ଦିସୁ ଥାଉ ।
କଳା ଆଖିରେ ତୋର କଳା ରଙ୍ଗ କଜଲ ହୋଇ ରହୁ
ଗୋଲାପୀ ଓଠରେ ତୋର ଗୋଲାପୀ ରଙ୍ଗ ଲାଖି ରହିଥାଉ ।
ତୋ ଗୋରା ଦେହ ରେ ଧଳା ରଙ୍ଗ ତୋର ସଦା ରହି ଥାଉ
ନରଙ୍ଗି ରଙ୍ଗ ତୋ ପାଦ ର ଶୋଭା ବଢା଼ଉ ।
ନୀଳ ରଙ୍ଗ ତୋର ଶାଢ଼ୀ ହୋଇ ରହି ଥାଉ
ସାତ ରଙ୍ଗ ରେ ମୋ ପ୍ରିୟା ଇନ୍ଦ୍ରଧନୁ ପରି ଦିସୁ ଥାଉ ।